କନକ ବ୍ୟୁରୋ : ନେପାଳରେ ରାଜନୈତିକ ସଙ୍କଟ । ପଦ ଛାଡ଼ିଛନ୍ତି ପ୍ରଧାନମନ୍ତ୍ରୀ କେ.ପି. ଓଲି । ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦେଶରେ ବିରୋଧ ପ୍ରଦର୍ଶନ ହିଂସାରେ ପରିଣତ ହୋଇଛି । ରାଜଧାନୀ କାଠମାଣ୍ଡୁ ସମେତ ଅନେକ ସ୍ଥାନରେ ପ୍ରତିବାଦ, ପୋଡ଼ାଜଳା ଓ ପଥରମାଡ଼ର ଦୃଶ୍ୟ ସାମ୍ନାକୁ ଆସିଛି । ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୫୦ରୁ ଅଧିକ ଆହତ ହୋଇଛନ୍ତି । ଶାନ୍ତି ପାଇଁ ଅପିଲ୍ କରିଛନ୍ତି ନେପାଳ ସେନା ମୁଖ୍ୟ ଅଶୋକ ରାଜ୍ ।
ସୋସିଆଲ ମିଡିଆ ବ୍ୟାନକୁ ନେଇ ଦେଶରେ ହିଂସା ହୋଇଛି । ଗତକାଲି କେବଳ ସଡ଼କ ଉପରେ ନୁହେଁ, ଖୋଦ୍ ପ୍ରଧାନମନ୍ତ୍ରୀ ଓଲିଙ୍କ ଭକ୍ତପୁର ସ୍ଥିତ ବାସଭବନରେ ଧସେଇ ପଶି ଲଙ୍କାକାଣ୍ଡ ଭିଆଇଥିଲେ ଆନ୍ଦୋଳନକାରୀ । ବ୍ୟାପକ ଭଙ୍ଗାରୁଜା, ପୋଡ଼ାଜଳା କରିଥିଲେ। ଓଲି ସରକାର ପତନର ଖୁସି ମନାଇଥିଲେ । ଆନ୍ଦୋଳନ ଅଣାୟତ୍ତ ହେବା ଦେଖି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେ.ପି. ଓଲି। ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ଓଲି ଦେଶ ଛାଡ଼ି ଦୁବାଇ ପଳାଇ ଯିବା ନେଇ ଚର୍ଚ୍ଚା ହେଉଛି । ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏଭଳି ସ୍ଥିତିରେ, କାଠମାଣ୍ଡୁ ମେୟର ବଲେନ୍ଦ୍ର ଶାହ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ନେଇ ଆଲୋଚନା ହେଉଛି ।