କନକ ବ୍ୟୁରୋ : ମହମ୍ମଦ ୟୁନୁସ ଓ ସେନାମୁଖ୍ୟଙ୍କ ଭିତରେ ଫାଟ । ବାଂଲାଦେଶରେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ସେନାପ୍ରମୁଖ ଜେନେରାଲ ୱାକର-ଉଜ-ଜମାନଙ୍କ ମଧ୍ୟରେ ନିର୍ବାଚନ ଆୟୋଜନ ନେଇ ମତଭେଦ ଦେଖାଦେଇଛି । ଜେନେରାଲ ୱାକର ଡିସେମ୍ବର ସୁଦ୍ଧା ଜାତୀୟ ନିର୍ବାଚନ କରିବାକୁ ଦୃଢ଼ ଦାବି କରିଛନ୍ତି, ଯାହା ଦ୍ୱାରା ୨୦୨୬ ଆରମ୍ଭରେ ଏକ ନିର୍ବାଚିତ ସରକାର କ୍ଷମତାରେ ଆସିପାରିବ । ଅଗଷ୍ଟ ୨୦୨୪ରେ ଛାତ୍ର ଆନ୍ଦୋଳନ ଯୋଗୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସରକାରର ପତନ ପରେ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠିତ ହୋଇଥିଲା । ସେନା ମୁଖ୍ୟ ଢାକାର ସେନା କ୍ୟାମ୍ପରେ ସେନା ଅଧିକାରୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଅନ୍ତରୀଣ ସରକାରର ମୁଖ୍ୟ କାର୍ଯ୍ୟ ହେଉଛି “ମୁକ୍ତ, ନ୍ୟାୟପୂର୍ଣ୍ଣ ଏବଂ ନିର୍ବାଚନର ଆୟୋଜନ । ସେନା ମୁଖ୍ୟ ୟୁନୁସଙ୍କ ସଂସ୍କାର ଏଜେଣ୍ଡାକୁ ବିଫଳ ପ୍ରୟାସ ବୋଲି ସମାଲୋଚନା କରିଛନ୍ତି ଏବଂ ସେନାକୁ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରଖିବାକୁ ଏବଂ ନିର୍ବାଚନ ପରେ ସେନାକୁ ଫେରାଇବାକୁ ଜୋର ଦେଇଛନ୍ତି । ଅନ୍ୟପଟେ, ୟୁନୁସ ନିର୍ବାଚନ ପୂର୍ବରୁ ବ୍ୟାପକ ସାମାଜିକ, ଅର୍ଥନୈତିକ ଓ ପ୍ରଶାସନିକ ସଂସ୍କାର ଆବଶ୍ୟକ ବୋଲି ମତ ଦେଇଛନ୍ତି, ଯାହା ନିର୍ବାଚନକୁ ୨୦୨୬ ମଧ୍ୟଭାଗ ପର୍ଯ୍ୟନ୍ତ ବିଳମ୍ବ କରିପାରେ ।

Advertisment

ଇସ୍ତଫା ଦେବେ ୟୁନୁସ୍! 
ମହମ୍ମଦ ୟୁନୁସ ଓ ସେନାମୁଖ୍ୟଙ୍କ ଭିତରେ ଫାଟ!
ମହମ୍ମଦ ୟୁନୁସ ଏବଂ ସେନାପ୍ରମୁଖ ୱାକରଙ୍କ ମଧ୍ୟରେ ନିର୍ବାଚନ ଆୟୋଜନ ନେଇ ମତଭେଦ
ଅନ୍ତରୀଣ ସରକାରଙ୍କ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ବାଂଲାଦେଶ ସେନା ପ୍ରମୁଖ
ସେନାମୁଖ୍ୟ ୟୁନୁସଙ୍କ ସଂସ୍କାର ଏଜେଣ୍ଡାକୁ ବିଫଳ ପ୍ରୟାସ ବୋଲି ସମାଲୋଚନା କରିଛନ୍ତି
୨୦୦୯ରେ ସେନା ଅଧିକାରୀଙ୍କ ହତ୍ୟାରେ ବିଦ୍ରୋହୀଙ୍କୁ ମୁକ୍ତି ଦେବା ନିଷ୍ପତ୍ତି ସେନାକୁ ଅସନ୍ତୁଷ୍ଟ କରିଛି
ଇସ୍ତଫାକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ବେଳେ ମୁହଁ ଖୋଲିଛନ୍ତି ୟୁନୁସ
କହିଛନ୍ତି କି ଯଦି ସବୁ ପକ୍ଷରୁ ସମର୍ଥନ ନମିଳେ ତେବେ ଇସ୍ତଫା ଦେଇଦେବି
ନିର୍ବାଚନ ହେଲେ ୟୁନୁସଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ
ଜାଣିଶୁଣି ନିର୍ବାଚନ ବିଳମ୍ବ କରୁଥିବା ବିରୋଧୀ ଦଳର ଅଭିଯୋଗ
ଦୁହିଁଙ୍କ ଭିତରେ ମତଭେଦ ବାଂଲାଦେଶର ରାଜନୈତିକ ଅସ୍ଥିରତାକୁ ଆହୁରି ବଢ଼ାଇଛି