ଚାଷୀଙ୍କ ପାଖରେ ପହଞ୍ଚିବାକୁ ପ୍ରତିଯୋଗୀତା : ନୟାଗଡ, ଗଜପତି, ଗଞ୍ଜାମ ଜିଲ୍ଲା ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚାଷୀଙ୍କ ସହ କଲେ ବୈଠକ । ଆଜି ଗଞ୍ଜାମ ଯିବେ ନବୀନ

ଚାଷୀଙ୍କ ପାଖରେ ପହଞ୍ଚିବାକୁ ଚାଲିଛି ପ୍ରତିଯୋଗିତା, ବିଭିନ୍ନ ଜିଲ୍ଲା ବୁଲି ଧାନ ଚାଷ କ୍ଷୟକ୍ଷତି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅନ୍ୟପଟେ ଆଜି ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

08ମମମ

କନକ ବ୍ୟୁରୋ : ଅଦିନିଆ ବର୍ଷା ଯୋଗୁଁ ଚାଷୀ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିବାର ଦୃଶ୍ୟ ସାମନାକୁ ଆସିବା ପରେ ଗାଁରେ ପହଞ୍ଚିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୟାଗଡ, ଗଜପତି, ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଘଟିଥିବା ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ  ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ସବୁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ନିଶ୍ଚୟ ସହାୟତା ମିଳିବ ବୋଲି ଆଶ୍ଵାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଧ୍ୟ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକ ବୁଲି ଦେଖିଥିଲେ । ଗସ୍ତ କାର୍ୟ୍ୟକ୍ରମର ଶେଷ ପର୍ୟ୍ୟାୟ ଛତ୍ରପୁର ଠାରେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ସମ୍ବନ୍ଧରେ  ସମୀକ୍ଷା କରି ବୀମା ଭୂକ୍ତ ଚାଷୀ ମାନଙ୍କ ପାଇଁ କ୍ଷୟକ୍ଷତି ସମ୍ପର୍କରେ ଜଣାଇବା ସମୟ ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି ।  ରାଜ୍ୟର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ପୁନଃ ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସଠିକ ଆକଳନ ତଥ୍ୟ ମିଳିବା ପରେ ଚାଷୀ ମାନଙ୍କୁ ସହାୟତା ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନଭେମ୍ବର ୨୦ ତାରିଖରୁ ଅଦିନିଆ ବର୍ଷା ଲାଗି ରହିବାରୁ ରାଜ୍ୟର ଅନେକ ଜିଲ୍ଲାରେ ଧାନ ଫସଲ ସମେତ ପନିପରିବା ଇତ୍ୟାଦି ନଷ୍ଟ ହୋଇ ଚାଷୀ ମାନେ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି ।  

ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀ ମାନେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ନୟାଗଡ  ଜିଲ୍ଲାରେ ୬ ହଜାର ୩୫୦ ହେକ୍ଟର ଚାଷ ଜମିରେ କ୍ଷୟକ୍ଷତି ଘଟିଛି। ସେହିପରି ଗଜପତି ଜିଲ୍ଲାରେ ୨୨ ହଜାର ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଛି। ଗଞ୍ଜାମ ଜିଲ୍ଲାର ୩୭ ହଜାର, ୮୦୦ ହେକ୍ଟର ଜମିରେ ଖରିଫ ଫସଲ ନଷ୍ଟ ହୋଇଥିବା ବେଳେ ୮୨୨ ହେକ୍ଟର ଜମିରେ ପନିପରିବା ନଷ୍ଟ ହୋଇଛି ଏବଂ ଜିଲ୍ଲାର ୬୨ ହଜାର ଚାଷୀ ଏହି ଅଦିନିଆ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ସମସ୍ତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଜମି ନିକଟକୁ ଯାଇ ସେମାନଙ୍କ ସହିତ ମିଶି କ୍ଷୟକ୍ଷତି ବୁଲି ଦେଖିଥିଲେ ।

 ଅନ୍ୟପଟେ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି ବିରୋଧୀଦଳ ନେତା ନବୀନ ପଟନାୟକ। ପ୍ରଥମେ ନିଜ ନିର୍ବାଚନୀ ମଣ୍ଡଳୀ ଶେରଗଡ଼ ବ୍ଲକର ଚାଷୀ ଙ୍କ ସହ ସାକ୍ଷାତ କାରି କ୍ଷୟକ୍ଷତି ବିଷୟରେ ଆଲୋଚନା କରିବା ପରେ ହିଞ୍ଜିଳି କାଟୁ ପରେ ଆସିକା ରେ ଚାଷୀଙ୍କ ସହ ଆଲୋଚନା କରି କବିସୂର୍ୟ୍ୟନଗର , ଖଲିକୋଟ ନିର୍ବାଚନ ମଣ୍ଡଳୀ ର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe