ନିର୍ବାଚନ ଆସିଲେ ସୁପ୍ରିମକୋର୍ଟରେ ଆରମ୍ଭ ହୁଏ ରାଜନୈତିକ ଲଢ଼େଇ: ହିମନ୍ତ ବିଶ୍ୱ ଶର୍ମା

Advertisment

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ଭିଡିଓକୁ ନେଇ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଆବେଦନ ଗୁଡ଼ିକ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ, ନିର୍ବାଚନ ପାଖେଇ ଆସିଲେ ସୁପ୍ରିମକୋର୍ଟରେ ମଧ୍ୟ ରାଜନୈତିକ ଲଢ଼େଇ ଆରମ୍ଭ ହୁଏ

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ଭିଡିଓକୁ ନେଇ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଆବେଦନ ଗୁଡ଼ିକ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ, ନିର୍ବାଚନ ପାଖେଇ ଆସିଲେ ସୁପ୍ରିମକୋର୍ଟରେ ମଧ୍ୟ ରାଜନୈତିକ ଲଢ଼େଇ ଆରମ୍ଭ ହୁଏ

10bbs_30_10022026_111

Photograph: (kanaknews)

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ଭିଡିଓକୁ ନେଇ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଆବେଦନ ଗୁଡ଼ିକ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ, ନିର୍ବାଚନ ପାଖେଇ ଆସିଲେ ସୁପ୍ରିମକୋର୍ଟରେ ମଧ୍ୟ ରାଜନୈତିକ ଲଢ଼େଇ ଆରମ୍ଭ ହୁଏ ।  ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓ ସିପିଆଇ ନେତା ଆନ୍ନି ରାଜାଙ୍କ ପକ୍ଷରୁ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ଆବେଦନ ଦାଖଲ କରାଯାଇଛି ।  

ଅଧିକ ପଢନ୍ତୁ... ପପୁ ଯାଦବଙ୍କୁ ଜାମିନ୍, ତିନିଦିନ ପୂର୍ବରୁ ହୋଇଥିଲେ ଗିରଫ

ଆବେଦନରେ ଆସାମ ମୁଖ୍ୟମନ୍ତ୍ରୀ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରୁଥିବା ଅଭିଯୋଗ କରାଯାଇଛି । ଆବେଦନ କାରୀଙ୍କ ଆଇନଜୀବୀ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ମୁସଲିମ ବିରୋଧୀ ଭିଡିଓକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ଉଦ୍ଧୃତ କରି ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଥିଲେ  ।

ଆଡଭୋକେଟ୍ ନିଜାମ ପାଶା କୋର୍ଟକୁ କହିଥିଲେ, ହିମନ୍ତ ବିଶ୍ୱ ଶର୍ମାଙ୍କ ଦ୍ୱାରା ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟ ସମ୍ପର୍କରେ ଆମେ ଆପଣଙ୍କର ତୁରନ୍ତ ହସ୍ତକ୍ଷେପ ପାଇଁ ନିବେଦନ କରୁଛୁ ।  ସମ୍ପ୍ରତି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସଦସ୍ୟଙ୍କୁ ଟାର୍ଗେଟ କରି ରାଇଫଲ ରୁ ଗୁଳି ଚଳାଉଥିବା ଅଭିଯୋଗ ଦାୟର କରାଯାଇଛି ।  କିନ୍ତୁ ଏନେଇ କୌଣସି ଏଫ୍‌ଆଇଆର୍‌ ଦାୟର କରାଯାଇ ନାହିଁ।

ରିପୋର୍ଟ ଅନୁଯାୟୀ, ଆଇନଜୀବୀଙ୍କ ଯୁକ୍ତି ଆଧାରରେ ସିଜେଆଇ ସୂର୍ଯ୍ୟକାନ୍ତ ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ନିର୍ବାଚନ ପାଖେଇ ଆସିଲେ, ରାଜନୈତିକ ଲଢ଼େଇ ମଧ୍ୟ କୋର୍ଟରେ ପହଞ୍ଚିଥାଏ ବୋଲି କହି ଚିନ୍ତା ପ୍ରକାଶ କରିଛନ୍ତି ।  ପ୍ରଧାନ ବିଚାରପତି କୋର୍ଟଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ , ଏକ ଶୁଣାଣି କରାଯିବ, ଆମେ ମାମଲା ଶୁଣିବୁ, କିନ୍ତୁ ସମସ୍ୟା ହେଉଛି ଯେ, ଯେତେବେଳେ ନିର୍ବାଚନ ଆସେ, ସେତେବେଳେ ଲଢ଼େଇର ଏକ ଅଂଶ କୋର୍ଟରେ ଲଢ଼ାଯାଏ । ଆମେ ଏହାର ଶୁଣାଣି ପାଇଁ ଏକ ତାରିଖ ମଧ୍ୟ ଦେବୁ ।
ହିମନ୍ତ ବିଶ୍ୱ ଶର୍ମାଙ୍କ ଭିଡିଓ ବିବାଦ କ’ଣ?
ଫେବ୍ରୁଆରି ୭ ତାରିଖରେ, ଆସାମ ବିଜେପି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଥିଲା । କିନ୍ତୁ କିଛି ସମୟ ପରେ ଏହାକୁ ହଟାଇ ଦିଆଯାଇଥିଲା । ଭିଡିଓରେ ହିମନ୍ତ ବିଶ୍ୱ ଶର୍ମା ଏକ ରାଇଫଲ୍ ଧରିଥିବାର ଦେଖାଯାଇଥିଲା । ଏକ ଏଆଇ-ଜେନେରେଟେଡ୍ ଅଂଶ ମଧ୍ୟ ଯୋଡା ଯାଇଥିଲା, ଯେଉଁଥିରେ ଦାଢ଼ି ଏବଂ ଧଳା ଟୋପି ପିନ୍ଧିଥିବା ଦୁଇଜଣ ବ୍ୟକ୍ତିଙ୍କ ଉପରେ ଗୁଳି ଚାଳନା କରାଯାଉଥିବାର ଦେଖାଯାଇଥିଲା । ଭିଡିଓଟି ପ୍ରକାଶ ପାଇବା ମାତ୍ରେ କଂଗ୍ରେସ ଦଳ ଏହାକୁ କଡ଼ା ବିରୋଧ କରିଥିଲା । ବିରୋଧୀ ଦଳ ଏନେଇ ସଂସଦରେ ମଧ୍ୟ ହଙ୍ଗାମା କରିଥିଲେ।  ।

ଆବେଦନରେ କ’ଣ ଅଛି?
ସିପିଆଇଏମ୍ ଓ ଆନି ରାଜା ଘୃଣା ଭାଷଣ ଓ ସାମ୍ପ୍ରଦାୟିକ ଧ୍ରୁବୀକରଣ ଅଭିଯୋଗ ଆଣି ପୃଥକ ପୃଥକ ରିଟ୍ ପିଟିସନ୍ ଦାୟର କରିଛନ୍ତି । ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର୍ ପଞ୍ଜିକରଣ କରିବାକୁ ଦାବି କରିଛନ୍ତି । ସେମାନେ ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଗଠନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଆବେଦନରେ କୁହାଯାଇଛି ଯେ, କେନ୍ଦ୍ର ଏବଂ ରାଜ୍ୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏକ ନିରପେକ୍ଷ ଓ ସ୍ୱାଧୀନ ତଦନ୍ତ କରିବେ ବୋଲି ଆଶା କରାଯାଉଛି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe