କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ଭିଡିଓକୁ ନେଇ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଆବେଦନ ଗୁଡ଼ିକ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ, ନିର୍ବାଚନ ପାଖେଇ ଆସିଲେ ସୁପ୍ରିମକୋର୍ଟରେ ମଧ୍ୟ ରାଜନୈତିକ ଲଢ଼େଇ ଆରମ୍ଭ ହୁଏ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଓ ସିପିଆଇ ନେତା ଆନ୍ନି ରାଜାଙ୍କ ପକ୍ଷରୁ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ଆବେଦନ ଦାଖଲ କରାଯାଇଛି ।
ଅଧିକ ପଢନ୍ତୁ... ପପୁ ଯାଦବଙ୍କୁ ଜାମିନ୍, ତିନିଦିନ ପୂର୍ବରୁ ହୋଇଥିଲେ ଗିରଫ
ଆବେଦନରେ ଆସାମ ମୁଖ୍ୟମନ୍ତ୍ରୀ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରୁଥିବା ଅଭିଯୋଗ କରାଯାଇଛି । ଆବେଦନ କାରୀଙ୍କ ଆଇନଜୀବୀ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ମୁସଲିମ ବିରୋଧୀ ଭିଡିଓକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ଉଦ୍ଧୃତ କରି ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଥିଲେ ।
ଆଡଭୋକେଟ୍ ନିଜାମ ପାଶା କୋର୍ଟକୁ କହିଥିଲେ, ହିମନ୍ତ ବିଶ୍ୱ ଶର୍ମାଙ୍କ ଦ୍ୱାରା ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟ ସମ୍ପର୍କରେ ଆମେ ଆପଣଙ୍କର ତୁରନ୍ତ ହସ୍ତକ୍ଷେପ ପାଇଁ ନିବେଦନ କରୁଛୁ । ସମ୍ପ୍ରତି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସଦସ୍ୟଙ୍କୁ ଟାର୍ଗେଟ କରି ରାଇଫଲ ରୁ ଗୁଳି ଚଳାଉଥିବା ଅଭିଯୋଗ ଦାୟର କରାଯାଇଛି । କିନ୍ତୁ ଏନେଇ କୌଣସି ଏଫ୍ଆଇଆର୍ ଦାୟର କରାଯାଇ ନାହିଁ।
ରିପୋର୍ଟ ଅନୁଯାୟୀ, ଆଇନଜୀବୀଙ୍କ ଯୁକ୍ତି ଆଧାରରେ ସିଜେଆଇ ସୂର୍ଯ୍ୟକାନ୍ତ ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ନିର୍ବାଚନ ପାଖେଇ ଆସିଲେ, ରାଜନୈତିକ ଲଢ଼େଇ ମଧ୍ୟ କୋର୍ଟରେ ପହଞ୍ଚିଥାଏ ବୋଲି କହି ଚିନ୍ତା ପ୍ରକାଶ କରିଛନ୍ତି । ପ୍ରଧାନ ବିଚାରପତି କୋର୍ଟଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ , ଏକ ଶୁଣାଣି କରାଯିବ, ଆମେ ମାମଲା ଶୁଣିବୁ, କିନ୍ତୁ ସମସ୍ୟା ହେଉଛି ଯେ, ଯେତେବେଳେ ନିର୍ବାଚନ ଆସେ, ସେତେବେଳେ ଲଢ଼େଇର ଏକ ଅଂଶ କୋର୍ଟରେ ଲଢ଼ାଯାଏ । ଆମେ ଏହାର ଶୁଣାଣି ପାଇଁ ଏକ ତାରିଖ ମଧ୍ୟ ଦେବୁ ।
ହିମନ୍ତ ବିଶ୍ୱ ଶର୍ମାଙ୍କ ଭିଡିଓ ବିବାଦ କ’ଣ?
ଫେବ୍ରୁଆରି ୭ ତାରିଖରେ, ଆସାମ ବିଜେପି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଥିଲା । କିନ୍ତୁ କିଛି ସମୟ ପରେ ଏହାକୁ ହଟାଇ ଦିଆଯାଇଥିଲା । ଭିଡିଓରେ ହିମନ୍ତ ବିଶ୍ୱ ଶର୍ମା ଏକ ରାଇଫଲ୍ ଧରିଥିବାର ଦେଖାଯାଇଥିଲା । ଏକ ଏଆଇ-ଜେନେରେଟେଡ୍ ଅଂଶ ମଧ୍ୟ ଯୋଡା ଯାଇଥିଲା, ଯେଉଁଥିରେ ଦାଢ଼ି ଏବଂ ଧଳା ଟୋପି ପିନ୍ଧିଥିବା ଦୁଇଜଣ ବ୍ୟକ୍ତିଙ୍କ ଉପରେ ଗୁଳି ଚାଳନା କରାଯାଉଥିବାର ଦେଖାଯାଇଥିଲା । ଭିଡିଓଟି ପ୍ରକାଶ ପାଇବା ମାତ୍ରେ କଂଗ୍ରେସ ଦଳ ଏହାକୁ କଡ଼ା ବିରୋଧ କରିଥିଲା । ବିରୋଧୀ ଦଳ ଏନେଇ ସଂସଦରେ ମଧ୍ୟ ହଙ୍ଗାମା କରିଥିଲେ। ।
ଆବେଦନରେ କ’ଣ ଅଛି?
ସିପିଆଇଏମ୍ ଓ ଆନି ରାଜା ଘୃଣା ଭାଷଣ ଓ ସାମ୍ପ୍ରଦାୟିକ ଧ୍ରୁବୀକରଣ ଅଭିଯୋଗ ଆଣି ପୃଥକ ପୃଥକ ରିଟ୍ ପିଟିସନ୍ ଦାୟର କରିଛନ୍ତି । ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର୍ ପଞ୍ଜିକରଣ କରିବାକୁ ଦାବି କରିଛନ୍ତି । ସେମାନେ ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଗଠନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଆବେଦନରେ କୁହାଯାଇଛି ଯେ, କେନ୍ଦ୍ର ଏବଂ ରାଜ୍ୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏକ ନିରପେକ୍ଷ ଓ ସ୍ୱାଧୀନ ତଦନ୍ତ କରିବେ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/10/10bbs_30_10022026_111-2026-02-10-15-54-40.jpg)