ପରବ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ ; ସାଂସଦ – ବିଧାୟକ କଥା କଟାକଟି, ସମାଧାନ କଲେ ମୁଖ୍ୟମନ୍ତ୍ରୀ

ପରବ ମଞ୍ଚରେ ରାଜନୈତିକ ବୟାନବାଜି । ସାଂସ୍କୃତିକ ସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ତାରା ବାହିନୀପତି । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ସାଂସଦଙ୍କ କଟାକ୍ଷ ।  ପ୍ରତିଶ୍ରୁତି ଦେଇ ସମାଧାନ କଲେ ମୁଖ୍ୟମନ୍ତ୍ରୀ।

17ମମମମମ

କନକ ବ୍ୟୁରୋ: ପରବ ମଞ୍ଚରେ ସାଂସଦ ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି । ସମାଧାନ କଲେ ମୁଖ୍ୟମନ୍ତ୍ରୀ । କୋରାପୁଟର ପରବ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ପରବ ମଞ୍ଚରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ସାଂସଦ ବଳଭଦ୍ର ମାଝୀ କହିଲେ, ପରବ ଏକ ସାସ୍କୃଂତିକ ମଞ୍ଚ । ଏଠାରେ କୌଣସି ରାଜନୈତିକ ବୟାନବାଜି ହେବା କଥା ନୁହେଁ । ବିଧାୟକ ତାରା ବାହିନୀପତି କହିଲେ, ଆମ ଭିତରେ କିଛି କଥା ଅବୁଝା ଥିଲା ତାହା ସମାଧାନ ହୋଇଗଲା । ପରବ ମଞ୍ଚରେ ତାରାଙ୍କ ଭାଷଣର ଉତ୍ତର ରଖିବାକୁ ଯାଇ କଟାକ୍ଷ କରିଥିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ସାଂସଦଙ୍କ ଏହି ଉତ୍ତରକୁ ନେଇ ତାରା ଓ ବଳଭଦ୍ରଙ୍କ ମଧ୍ୟରେ ମଞ୍ଚରେ କିଛି କଥା କଟାକଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉଭୟଙ୍କ କଥା ଶୁଣି ସମାଧାନ କରିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe