କନକ ବ୍ୟୁରୋ: ପରବ ମଞ୍ଚରେ ସାଂସଦ ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି । ସମାଧାନ କଲେ ମୁଖ୍ୟମନ୍ତ୍ରୀ । କୋରାପୁଟର ପରବ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ପରବ ମଞ୍ଚରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।
ସାଂସଦ ବଳଭଦ୍ର ମାଝୀ କହିଲେ, ପରବ ଏକ ସାସ୍କୃଂତିକ ମଞ୍ଚ । ଏଠାରେ କୌଣସି ରାଜନୈତିକ ବୟାନବାଜି ହେବା କଥା ନୁହେଁ । ବିଧାୟକ ତାରା ବାହିନୀପତି କହିଲେ, ଆମ ଭିତରେ କିଛି କଥା ଅବୁଝା ଥିଲା ତାହା ସମାଧାନ ହୋଇଗଲା । ପରବ ମଞ୍ଚରେ ତାରାଙ୍କ ଭାଷଣର ଉତ୍ତର ରଖିବାକୁ ଯାଇ କଟାକ୍ଷ କରିଥିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ସାଂସଦଙ୍କ ଏହି ଉତ୍ତରକୁ ନେଇ ତାରା ଓ ବଳଭଦ୍ରଙ୍କ ମଧ୍ୟରେ ମଞ୍ଚରେ କିଛି କଥା କଟାକଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉଭୟଙ୍କ କଥା ଶୁଣି ସମାଧାନ କରିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/15/9o3QaDnRrGhHCKEU5bJm.jpg)