କନକ ବ୍ୟୁରୋ: ରାଜଧାନୀରେ ଖୋଲିଲାଣି ମାଳ ମାଳ ମସାଜ ସେଂଟର ଓ ସ୍ପା । ସ୍ପାରେ ଅନୈତିକ କାମ ଚାଲୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଏବେ ଚଢାଉକୁ ପୁଣି ଥରେ ଜୋରଦାର କରାଯିବ । ସମସ୍ତ ଥାନା ଅଂଚଳରେ ଚଢ଼ାଉ କରିବା ପାଇଁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।
ସ୍କାନରରେ ମମସାଜ ଆଉ ସ୍ପା ପାର୍ଲର ଓ ସ୍କାର୍ଟସିଟିର ସ୍ପା' କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଓ ସହର ବଡ଼ ହେବା ସଂଗେ ସଂଗେ ବଦଳୁଛି ଦେହ ବେପାର ର ଟ୍ରେଣ୍ଡ । ବଡି ମସାଜ ସାଙ୍ଗକୁ ମିଳୁଛି ସ୍ପେଶାଲ ସର୍ଭିସ। ଗତକାଲି ବଡ଼ଗଡ଼ ଥାନା ଅନ୍ତର୍ଗତ ରବି ଟକିଜ ଛକରେ ଥିବା ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପାରୁ ଆସିଥିଲା ସାଙ୍ଘାତିକ ଅଭିଯୋଗ। ଚାକିରୀ ଦେବା ଆଳରେ ଯୁବତୀଙ୍କୁ ଆଣି ଅନୈତିକ କାରବାରରେ ଲିପ୍ତ କରୁଥିଲେ ସ୍ପା ମାଲିକ । ଚଢ଼ାଉ ବେଳେ ଅନେକ ଆପତ୍ତିଜନକ ଜିନିଷ ମଧ୍ୟ ଉଦ୍ଧାର ହୋଇଥିଲା। ତଦନ୍ତ ପରେ ସ୍ପା ର ମାଳିକାଣି ଙ୍କ ସମେତ ଅନ୍ୟ ୨ ଜଣ ଗିରଫ ହୋଇଥିଲେ। ରାଜଧାନୀର ଅନେକ ସ୍ଥାନରେ ଏଭଳି ମସାଜ ପାର୍ଲର ଓ ସ୍ପା ଖୋଲି ଯୁବତୀଙ୍କୁ ଅନୈତିକ କାରବାର ରେ ଲିପ୍ତ କରାଉଥିବା ଘଟଣା ସାମ୍ନାକୁ ଆସିବା ପରେ ନିଜ ନିଜ ଥାନା ଅଞ୍ଚଳରେ ଚଢ଼ାଉ କରିବା ପାଇଁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।
କିଛି ଦିନ ତଳେ ଠିକ ସମାନ ଷ୍ଟାଇଲ ରେ ଖାରବେଳନଗର ଏକ ଆୟୁର୍ବେଦିକ ସେଣ୍ଟର ରେ ଚଢ଼ାଉ କରି ସେକ୍ସ୍ ରାକେଟ ଠାବ କରିଥିଲା ପୋଲିସ। ଗତ ୬ ବର୍ଷ ଭିତରେ ଏଭଳି ୭୯ ଟି ସେକ୍ସ୍ ରାକେଟ ଠାବ କରିଛି ପୋଲିସ । ୨୫୬ ଜଣ ଗରାଖ ଓ ୨୦୯ ଜଣ ରୂପଜିବୀ ଙ୍କୁ ସର୍ଟ ଷ୍ଟେ ହୋମ କୁ ପଠାଯାଇଛି। ଡିଜିପି ୱାଇ.ବି.ଖୁରାନିଆ ଟୁଇନ ସିଟି ପୋଲିସ କମିଶନର ଥିବା ବେଳେ ରାଜଧାନୀରେ ଚାଲିଥିବା ସେକ୍ସ୍ ରାକେଟ ଉପରେ ମାରାଥନ ରେଡ଼ ହୋଇଥିଲା । କୋର୍ଟ ରେ ଏସବୁ ପ୍ରମାଣିତ ହେବା ପରେ ସଂପୃକ୍ତ ଘରକୁ ବେଶ୍ୟାଳୟ ଘୋଷଣା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ବିଦେଶୀ ଯୁବତୀଙ୍କ ଭିସା ମଧ୍ୟ କଳା ତାଲିକାଭୁକ୍ତ କରିବାକୁ ଗୃହ ବିଭାଗକୁ ଚିଠି ଲେଖିଥିଲା ପୋଲିସ । ଆଗକୁ ଦୀପାବଳି ଓ ନୂଆବର୍ଷ । ତେଣୁ ଏଭଳି କାରବାର ଓ ମାନବ ଚାଲାଣ ରୋକିବା ପାଇଁ କମିଶନରେଟ ପୋଲିସ ପୁରା ପ୍ରସ୍ତୁତ ଥିବା କହିଛନ୍ତି ଡିସିପି ।