ମଦ୍ୟପାନ କରି ଗାଡି ଚଳାଇଲେ ଫାଇନ୍ କାଟୁଛି ପୋଲିସ, ହେଲେ ନିଜେ ଭାଙ୍ଗିଲା ନିୟମ । କଟକରେ ଲୋକଙ୍କ ଉପରେ ମାଡିଗଲା ପୋଲିସ ଗାଡି

Advertisment

 ସମସ୍ତଙ୍କୁ ଆଇନ ଅନୁଶାସନର ପାଠ ପଢାଉଥିବା ପୋଲିସ ନିଜ ଗାଡିର ଡ୍ରାଇଭରଙ୍କୁ ଜଗିପାରିନି। ଏ ଘଟଣା ଆଜି ପୂରା ଓଡ଼ିଶା ଦେଖିଲା ଏବଂ ସମ୍ପୃକ୍ତ ଡ୍ରାଇଭରଙ୍କ ଏଭଳି କାରନାମା ପୋଲିସ ମୁଣ୍ଡରେ ଅପବାଦର କଳଙ୍କ ବୋଳିଲା। ଆଇନ ଉଲ୍ଲଘଂନ ପାଇଁ ପୋଲିସ ସାଧାରଣ ଲୋକଙ୍କୁ ଦଣ୍ଡିତ କରୁଥିବା ବେଳେ ଏବେ ଓଡ଼ିଶା ଅପେକ୍ଷା କରୁଛି, ଏହି ଘଟଣାରେ ପୋଲିସ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ କାହାକୁ ଦଣ୍ଡିତ କରୁଛି। 

43p

କନକ ବ୍ୟୁରୋ : ସଞ୍ଜ ନଇଁଲେ ଦ୍ବେତ ନଗରୀରେ ଚାଲେ ଯାଞ୍ଚ। ରାତି ଅଧଯାଏଁ ଗାଡି ଚାଳକଙ୍କୁ ଅଟକାଇ ବ୍ରିଥ ଆନାଲାଇଜର ଜରିଆରେ ମଦୁଆଙ୍କୁ ଧରେ ପୋଲିସ। ହେଲେ ପୋଲିସର ଗାଡି ଯେ ମଦୁଆ ଚଳାନ୍ତି ଏକଥା ଆଜି ଦେଖିଛନ୍ତି କଟକବାସୀ। ବିଜୁ ପଟ୍ଟନାୟକ ଛକରେ ଆଜି ଦିନ ଦ୍ବିପ୍ରହରରେ ପୋଲିସର ପିସିଆର ଗାଡି ସାଇକେଲ ଚାଳକଙ୍କୁ ପିଟିବା ସହ ଜୋତା ଦୋକାନ ଭିତରକୁ ପଶିଥିଲା।  ଗାଡି ନମ୍ବର ଙଊ୦୫ଖ୮୯୨୬, ଗାଡି ଭିଡ଼ ଭିତରର କିଛି ବ୍ୟକ୍ତିଙ୍କୁ ମୃତ୍ୟୁମୁଖକୁ ଠେଲିବାକୁ ବସିଥିଲା। ଭିତରେ ବସିଥିବା ଡ୍ରାଇଭରଙ୍କୁ ପିସିଆରରୁ ବାହାର କରିବା ବେଳେ ମୁହଁରୁ ବାହାରୁଥିଲା ଭଣ ଭଣ ଗନ୍ଧ। ଶୁଣନ୍ତୁ ଯମ ମୁହଁରୁ ଜୀବନ ଫେରି ପାଇଥିବା ବ୍ୟକ୍ତିଙ୍କ ମୁହଁରୁ ସେହି ଲୋମଟାଙ୍କୁରା ମୁହୂର୍ତ୍ତର କାହାଣୀ। 

 ସମସ୍ତଙ୍କୁ ଆଇନ ଅନୁଶାସନର ପାଠ ପଢାଉଥିବା ପୋଲିସ ନିଜ ଗାଡିର ଡ୍ରାଇଭରଙ୍କୁ ଜଗିପାରିନି। ଏ ଘଟଣା ଆଜି ପୂରା ଓଡ଼ିଶା ଦେଖିଲା ଏବଂ ସମ୍ପୃକ୍ତ ଡ୍ରାଇଭରଙ୍କ ଏଭଳି କାରନାମା ପୋଲିସ ମୁଣ୍ଡରେ ଅପବାଦର କଳଙ୍କ ବୋଳିଲା। ଆଇନ ଉଲ୍ଲଘଂନ ପାଇଁ ପୋଲିସ ସାଧାରଣ ଲୋକଙ୍କୁ ଦଣ୍ଡିତ କରୁଥିବା ବେଳେ ଏବେ ଓଡ଼ିଶା ଅପେକ୍ଷା କରୁଛି, ଏହି ଘଟଣାରେ ପୋଲିସ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ କାହାକୁ ଦଣ୍ଡିତ କରୁଛି। 

 ୫୨ ବଜାର ୫୩ ଗଳିର ସହର କଟକରେ ଏ ଘଟଣା କେବଳ ଗୋଟିଏ ଉଦାହରଣ ନୁହେଁ ବଲାଙ୍ଗୀର, ବିଷମକଟକରେ ହିଟ୍ ଆଣ୍ଡ ରନ୍ ଘଟଣା ସଂକେତ ଦେଇଛି ଓଡ଼ିଶା ରାସ୍ତା ଏବେ କେତେ ଅସୁରକ୍ଷିତ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe