କନକ ବ୍ୟୁରୋ : କଟକରେ ପୋଲିସ ଗାଡ଼ିର ମଦ୍ୟପ ଚାଳକଙ୍କ ଉନ୍ମତ କାଣ୍ଡ । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଘଟାଇଲେ ଦୁର୍ଘଟଣା । ଦୁର୍ଘଟଣାରେ ଜୋତା ମରାମତି ଦୋକାନୀ ଓ ସାଇକେଲ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ କଟକ ବିଜୁ ପଟ୍ଟନାୟକ ଛକ ନିକଟରେ ପୋଲିସ ଗାଡ଼ିଟି ଦୁର୍ଘଟଣା ଘଟାଇଛି । ୨ ଜଣଙ୍କୁ ଧକ୍କା ଦେବା ପରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ନିଶାସକ୍ତ ଅବସ୍ଥାରେ ଡ୍ରାଇଭର ଓ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଉଦ୍ଧାର କରିଛି ପୁଲିସ । ଦୁର୍ଘଟଣାରେ ଆହତ ହୋଇଥିବା ଦୁଇଜଣ ବ୍ୟକ୍ତି ଏନେଇ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/6rT0xRi2V2Qyyi3SQj4M.jpg)