କନକ ବ୍ୟୁରୋ : ଭରତପୁର ଥାନା ଘଟଣାକୁ ନେଇ ପୋଲିସ ଅଫିସର୍ସ ସଂଘ ଭୁବନେଶ୍ୱରରେ ଏକାଠି ହୋଇଛି । ସେନା-ପୋଲିସ ବିବାଦରେ ସେନାର ବରିଷ୍ଠ ଅଧିକାରୀମାନେ ତାଙ୍କ କର୍ମଚାରୀଙ୍କ ପଛରେ ଛିଡା ହୋଇଛନ୍ତି ।

Advertisment

ଏ ପ୍ରସଙ୍ଗରେ ନିଜ ଆଡୁ ମାମଲା ଦାଏର କରିବାକୁ ଲେଫନାଣ୍ଟ ଦେନେରୀଲ ପିଏଲ ଶେଖାୱତ ଓଡ଼ିଶା ହାଇକୋର୍ଟର ମୂଖ୍ୟ ବିତାରପତିଙ୍କୁ ଚିଠି ଲେଖିଥିଲେ । ଏହି ବିବାଦରେ ପୋଲିସ ପରବର୍ତ୍ତୀ ରଣନୀତି କଣ ହେବ ସେ ନେଇ ବିଚାରବିମର୍ଶ କରିବାକୁ ଏକାଠି ହୋଇଥିଲା ସଂଘ ।

ତେବେ ବିନା ଅନୁମତିରେ ଏକାଠି ହୋଇପାରିବେ ନାହିଁ ବୋଲି କମିସନର ସଂଜୀବ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଚେତାବନୀ ଦେବା ପରେ ସମସ୍ତେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିଲେ ।

ସେପଟେ ଭୁବନେଶ୍ୱରର ୧୨୦ ବାଟାଲିଅନ ଗେଟରେ ଉତ୍ତେଜନା । ପ୍ରଭାବିତ ପୋଲିସ ଅଧିକାରୀଙ୍କ ପରିବାର ଦାବୀ ପତ୍ର ଦେବାକୁ ଯିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି । ତେବେ କେହି ଦାବି ପତ୍ର ଗ୍ରହଣ କରିବାକୁ ଆସିଲେ ନାହିଁ । ସେମାନେ ଅଭିଯୋଗ କରିଛନ୍ତି, ଚାକିରିରୁ ନିଲମ୍ବନ କରି କର୍ତ୍ତୃପକ୍ଷ ଏକ ପାଖିଆ ନିଷ୍ପତ୍ତି ନିଆଯାଇଛି । ଗେଟରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ବାଟାଲିଅନ ଭିତରକୁ କେହି ସେନା କର୍ମଚାରୀ ପ୍ରବେଶ କରିପାରିନଥିଲେ ।