ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୋଲିସ କରୁଛି ଉଦ୍ୟମ ; ୧୬୩ ଧାରା ବଳବତ୍ତର, ବିଭିନ୍ନ ସ୍ଥାନରେ ପୋଲିସର ଫ୍ଲାଗମାର୍ଚ୍ଚ

Advertisment

ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୋଲିସ କରୁଛି ଉଦ୍ୟମ ; ୧୬୩ ଧାରା ବଳବତ୍ତର, ବିଭିନ୍ନ ସ୍ଥାନରେ ପୋଲିସର ଫ୍ଲାଗମାର୍ଚ୍ଚ । ଧାମନଗର ଓ ଦୋବଲାରେ କଟକଣା ମଧ୍ୟରେ ଦୋକାନ ଖୋଲିବାକୁ ଅନୁମତି ।ପରିସ୍ଥିତି ଦେଖି ଇଣ୍ଟରନେଟ୍‌ ସେବା ଉପରେ ନିଆଯିବ ନିଷ୍ପତ୍ତି ।

peace

କନକ ବ୍ୟୁରୋ: ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୋଲିସର ଉଦ୍ୟମ । ୪ ଦିନ ପରେ ବି ଚାପା ଉତ୍ତେଜନା ଥିବାରୁ ଉଭୟ ଭଦ୍ରକ ଓ ଧାମନଗରରେ ୧୬୩ ଧାରା ବଳବତ୍ତର ରଖାଯାଇଛି । ପୋଲିସ ପକ୍ଷରୁ ରାପିଡ୍‌ ଆକ୍ସନ ଫୋର୍ସ ସହ ୧୭ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଥିବା ବେଳେ ଭଦ୍ରକ ଓ ଧାମନଗରରୁ ମୋଟ ୨୨ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । 

ତେବେ ଧାମନଗର ଓ ଦୋବଲରେ ଧାରା ୧୬୩କୁ ସାମାନ୍ୟ କୋହଳ କରାଯାଇଛି । ସକାଳ ୬ଟାରୁ ରାତି ୮ଟା ଯାଏଁ କଟକଣା ମଧ୍ୟରେ ଦୋକାନବଜାର ଖୋଲିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । କୌଣସି ସ୍ଥାନରେ ୨ରୁ ଅଧିକ ଲୋକ ଭିଡ଼ ନଜମାଇବା, ମିଟିଂ ଓ ରାଲି ନକରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତିକୁ ଦେଖି ଇଣ୍ଟରନେଟ ସେବା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି । ଘଟଣାରେ ଆହୁରି ଅନେକ ଗଣ୍ଡୋଳକାରୀଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe