କନକ ବ୍ୟୁରୋ : ହ୍ୟୁମାନ ସାଗର ମୃତ୍ୟୁ ମାମଲା। ମର୍କତନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଟକର ଆଡିସନାଲ ଡିସିପି ଅମରେନ୍ଦ୍ର ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ହ୍ୟୁମାନଙ୍କ ମା ଶେଫାଳି ସୁନା ଦେଇଥିବା ଏତଲା ଆଧାରରେ ତଦନ୍ତ କରାଯିବ। ଭିନ୍ନ ବ୍ୟକ୍ତିଙ୍କୁ ଜେରା କରାଯିବ। ସାକ୍ଷୀ ପ୍ରମାଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯିବ। ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା ଗତ ୨ ଦିନ ତଳେ ୯ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ଏବେ ପୁଲିସ ହ୍ୟୁମାନ ସାଗରଙ୍ଗ ମୃତ୍ୟୁ ରହସ୍ୟ ଭେଦ କରିବାକୁ ଏତଲାରେ ଉଲ୍ଲେଖ ଥିବା ୯ ଜଣଙ୍କୁ ଜେରା କରିବ ।
ଅଧିକ ପଢ଼ନ୍ତୁ : କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା, ତଦନ୍ତ ଦାବି କଲେ ପତ୍ନୀ ଶ୍ରେୟା ମିଶ୍ର
କେବଳ ହ୍ୟୁମାନଙ୍କ ମାଆ ନୁହଁନ୍ତି, ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମଧ୍ୟ ତଦନ୍ତ ଦାବି କରିଥିଲେ । ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର କହିଥିଲେ କି ମୃତ୍ୟୁର ରହସ୍ୟ ପଦାକୁ ଆସିବା ନିହାତି ଜରୁରୀ । ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଯୋଗଦେବାକୁ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର ପହଞ୍ଚିଥିଲେ । ସ୍ବାମୀ ହ୍ୟୁମାନଙ୍କ ସମାଧି ପୀଠକୁ ଯାଇ ଶ୍ରୀୟା ସେଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୋ ଭୋ ହୋଇ ମୁଣ୍ଡ ପିଟି କାନ୍ଦିଥିଲେ ।
ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଗୋଟିଏ ମାସରୁ ଅଧିକ ହୋଇଛି । ଏବେ ତାଙ୍କ ମାଆ ଥାନାରେ ୯ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି । ସେଥିମଧ୍ୟରେ ରହିଛି ହ୍ୟୁମାନଙ୍କ ବାଳିକା ବନ୍ଧୁ ଅର୍ପିତା ଚୌଧୁରୀଙ୍କ ନାମ । କୁହାଯାଉଛି କି, ଅର୍ପିତାଙ୍କ ସହ ବ୍ରେକ୍ ଅପ୍ ପରେ ହ୍ୟୁମାନ ମାତ୍ରାଧିକ ନିଶା ସେବନ କରୁଥିଲେ । ହ୍ୟୁମାନଙ୍କ ମାଆ ଶେଫାଳୀଙ୍କ କହିବା ମୁତାବକ ଅର୍ପିତା ଓ ହ୍ୟୁମାନଙ୍କର ମ୍ୟାନେଜର ହ୍ୟୁମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ।
Follow Us