ଟିଟିଲାଗଡ଼ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ଘଟଣା, ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲକୁ ଦିନିକିଆ ରିମାଣ୍ଡରେ ନେଲା ପୁଲିସ

ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଷଡ଼ଯନ୍ତ୍ର କରି ହୋଇଥିଲା ହତ୍ୟା ଉଦ୍ୟମ । ଏହାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରିଛି ପୁଲିସ । ଗତ ୨୮ ତାରିଖରେ ଟିଟିଲାଗଡ଼ରେ ଜଣେ ହୋଟେଲ ମାଲିକ ଶିବଦୟାଲ ଜୈନ ସ୍କୁଟିରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ବୋଲେରୋ ତାଙ୍କୁ ପିଛା କରିଥିଲା ।

04

କନକ ବ୍ୟୁରୋ :  ଟିଟିଲାଗଡ଼ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ମାମଲା । ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲଙ୍କୁ ରିମାଣ୍ଡରେ ନେଲା ପୁଲିସ । ମାମଲାରେ ଅଧିକ ପଚରାଉଚରା ପାଇଁ ଦିନିକିଆ ରିମାଣ୍ଡରେ ନେଇଛି ପୁଲିସ । ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଷଡ଼ଯନ୍ତ୍ର କରି ହୋଇଥିଲା ହତ୍ୟା ଉଦ୍ୟମ । ଏହାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରିଛି ପୁଲିସ । ଗତ ୨୮ ତାରିଖରେ ଟିଟିଲାଗଡ଼ରେ ଜଣେ ହୋଟେଲ ମାଲିକ ଶିବଦୟାଲ ଜୈନ ସ୍କୁଟିରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ବୋଲେରୋ ତାଙ୍କୁ ପିଛା କରିଥିଲା । ବିଡିସିସି ବ୍ୟାଙ୍କ ଆଗରେ ନିଛାଟିଆ ସ୍ଥାନ ଦେଖି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଶିବଦାୟଲଙ୍କୁ ପରିବାର ଲୋକେ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସିସିଟିଭି ଫୁଟେଜରୁ ବୋଲେରୋଟି ଷ୍ଟେସନ ପାଖରୁ ତାଙ୍କୁ ପିଛା କରୁଥିବା ଜାଣିବାକୁ ପାଇଛି ପୁଲିସ । ବୋଲୋରୋଟି ଅଙ୍କୁର ଅଗ୍ରୱାଲଙ୍କ ନାଁରେ ଥିବାରୁ ଘଟଣାର ୧୦ ଦିନ ପରେ ତାଙ୍କୁ ଗିରଫ କରିଛି । ମୋବାଇଲ କଲ୍ ରେକର୍ଡ ଓ ବିଭିନ୍ନ ପ୍ରମାଣକୁ ଆଧାର କରି ଅଙ୍କୁରଙ୍କୁ ବିଳମ୍ବିତ ରାତିରେ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe