କନକ ବ୍ୟୁରୋ : ଟିଟିଲାଗଡ଼ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ମାମଲା । ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲଙ୍କୁ ରିମାଣ୍ଡରେ ନେଲା ପୁଲିସ । ମାମଲାରେ ଅଧିକ ପଚରାଉଚରା ପାଇଁ ଦିନିକିଆ ରିମାଣ୍ଡରେ ନେଇଛି ପୁଲିସ । ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଷଡ଼ଯନ୍ତ୍ର କରି ହୋଇଥିଲା ହତ୍ୟା ଉଦ୍ୟମ । ଏହାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରିଛି ପୁଲିସ । ଗତ ୨୮ ତାରିଖରେ ଟିଟିଲାଗଡ଼ରେ ଜଣେ ହୋଟେଲ ମାଲିକ ଶିବଦୟାଲ ଜୈନ ସ୍କୁଟିରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ବୋଲେରୋ ତାଙ୍କୁ ପିଛା କରିଥିଲା । ବିଡିସିସି ବ୍ୟାଙ୍କ ଆଗରେ ନିଛାଟିଆ ସ୍ଥାନ ଦେଖି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଶିବଦାୟଲଙ୍କୁ ପରିବାର ଲୋକେ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସିସିଟିଭି ଫୁଟେଜରୁ ବୋଲେରୋଟି ଷ୍ଟେସନ ପାଖରୁ ତାଙ୍କୁ ପିଛା କରୁଥିବା ଜାଣିବାକୁ ପାଇଛି ପୁଲିସ । ବୋଲୋରୋଟି ଅଙ୍କୁର ଅଗ୍ରୱାଲଙ୍କ ନାଁରେ ଥିବାରୁ ଘଟଣାର ୧୦ ଦିନ ପରେ ତାଙ୍କୁ ଗିରଫ କରିଛି । ମୋବାଇଲ କଲ୍ ରେକର୍ଡ ଓ ବିଭିନ୍ନ ପ୍ରମାଣକୁ ଆଧାର କରି ଅଙ୍କୁରଙ୍କୁ ବିଳମ୍ବିତ ରାତିରେ ଥାନାକୁ ଆଣି ପଚରାଉଚରା କରାଯାଇଥିଲା।
ଟିଟିଲାଗଡ଼ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ଘଟଣା, ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲକୁ ଦିନିକିଆ ରିମାଣ୍ଡରେ ନେଲା ପୁଲିସ
ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଷଡ଼ଯନ୍ତ୍ର କରି ହୋଇଥିଲା ହତ୍ୟା ଉଦ୍ୟମ । ଏହାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରିଛି ପୁଲିସ । ଗତ ୨୮ ତାରିଖରେ ଟିଟିଲାଗଡ଼ରେ ଜଣେ ହୋଟେଲ ମାଲିକ ଶିବଦୟାଲ ଜୈନ ସ୍କୁଟିରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ବୋଲେରୋ ତାଙ୍କୁ ପିଛା କରିଥିଲା ।
/kanak/media/media_files/2025/10/10/04-2025-10-10-15-58-21.jpg)