SIଙ୍କ ଉପରେ ଚଢ଼ାଇଦେଲେ ଗାଡ଼ି! ଅଳ୍ପକେ ବର୍ତ୍ତିଗଲା ଜୀବନ

ଗାଡ଼ି ଯାଞ୍ଚ ବେଳେ ପୁଲିସ ସବ୍‌ଇନିସପେକ୍ଟରଙ୍କ ଉପରେ ଗାଡ଼ି ଚଢାଇଦେଲା ଡ୍ରାଇଭର । ବରଗଡ଼ ସୋହେଲା ଥାନା ଏସ. ଆଇ ଗୁରୁତର । ଦୁର୍ଘଟଣା ଘଟାଇଥିବା ବୋଲେରୋ ଡ୍ରାଇଭରକୁ ଖୋଜୁଛି ପୁଲିସ ।

19-Polie SI

କନକ ବ୍ୟୁରୋ: ପୁଲିସ ସବ୍‌ଇନିସପେକ୍ଟରଙ୍କ ଉପରେ ଗାଡ଼ି ଚଢ଼ାଇଦେଲା ଡ୍ରାଇଭର । ଅଳ୍ପକେ ବର୍ତ୍ତିଗଲା ପୁଲିସ ବାବୁଙ୍କ ଜୀବନ । ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏସ.ଆଇ  ଅମିତ୍ ଧଳଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସୋହେଲା ଦଶମାଇଲ ଲେବଡି ଛକରେ ଗାଡ଼ି ଚେକିଂ ଚାଲିଥିବା ବେଳେ ଏଭଳି କାଣ୍ଡ ଘଟିଥିଲା ।  ଏକ ଅଜଣା ବୋଲେରୋ ଗାଡ଼ି ପୁଲିସ ଏସ୍‌ଆଇଙ୍କୁ ଧକ୍କା ଦେଇଥିଲା। ଫଳରେ ତଳେ ପଡିଯାଇଥିଲେ ଅମିତ୍ ଧଳ। ଗୁରୁତର ଅବସ୍ଥାରେ ସୋହେଲା ଥାନାର ସବ୍‌ ଇନ୍ସପେକ୍ଟର ଅମିତ ଧଳଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଦୁର୍ଘଟଣାରେ ତାଙ୍କର ଅଣ୍ଟା ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଏଭଳି ଜଘନ୍ୟ କାଣ୍ଡ ଘଟାଇ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଛି ଗାଡ଼ିଚାଳକ ।  ଯେଉଁ ବୋଲେରୋ ଗାଡିଟି ପୁଲିସ ଏସ.ଆଇଙ୍କୁ ଧକ୍କା ଦେଇଛି, ସେହି ଗାଡ଼ିର ମାଲିକ କିଏ, ଡ୍ରାଇଭର କିଏ, ତାକୁ ଖୋଜାଚାଲିଛି । ତେବେ ଯୋଜନାବଦ୍ଧ ଭାବେ ଏସଆଇ ଅମିତ୍ ଧଳଙ୍କୁ ଗାଡ଼ି ମଡ଼ାଇ ଦିଆଯାଇଥିବା ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe