କନକ ବ୍ୟୁରୋ : ଏପ୍ରିଲ ୨୬ରୁ ନିଖୋଜ ହେବା ପରେ ଗତାକାଲି ଉଦ୍ଧାର ହୋଇଥିଲା ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ପୋଡ଼ି ମାରିଦେଇଥିବା କୁହାଯାଉଛି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରୁ ଆସିଥିବା ଏଭଳି ଏକ ଘଟଣାରେ ପୁଲିସର କାର୍ଯ୍ୟଶୈଳୀକୁ ନେଇ ଉଠିଛି ପ୍ରଶ୍ନ । ମୃତଦେହ ଉଦ୍ଧାର ହେବାର ୨୪ ଘଣ୍ଟା ପରେ ବି ପୁଲିସର ହାତ ଖାଲି । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ତାଳଚେର ରୋଡ଼ ଯାଉଛନ୍ତି କହି ଘରୁ ବାହାରିଥିଲେ ଯୁବତୀ ହେଲେ ଆଉ ଘରକୁ ଫେରିନଥିଲେ । ୨୬ତାରିଖରୁ ନିଖୋଜ ଥିଲେ ଯୁବତୀ ଜଣକ । ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ପରିବାର ଲୋକ ଖୋଜାଖୋଜି କରି ନିରାଶ ହେବା ପରେ ପୁଲିସକୁ ଜଣାଇଥିଲେ । ପୁଲିସ୍ ସନ୍ଧାନ ଜାରି ରଖିଥିବା ବେଳେ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା । ଘଟଣାର ତଦନ୍ତ ଉଭୟ ତାଳଚେର ଓ ବଅଁରପାଳ ପୋଲିସ୍ କରୁଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାର ଲୋକ ଅପରାଧୀଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/05/oOSu9oKROo9Q0Xv47Pmz.jpg)