ଜଳେଶ୍ବରରେ ପୋଲିସ ଉପରକୁ ଆକ୍ରମଣ, ୪ ଜଣ ଗିରଫ : ବେଆଇନ ଚାନ୍ଦା ଆଦାୟକାରୀ ଆକ୍ରମଣ ଅଭିଯୋଗ

ଜଳେଶ୍ୱରରେ ପୋଲିସ ଉପରକୁ ଆକ୍ରମଣ, ୪ଜଣ ଆକ୍ରମଣକାରୀ ଗିରଫ ।  ବେଆଇନ ଚାନ୍ଦା ଆଦାୟକାରୀ ମାନେ ପୋଲିସ ଟିମ୍ ଉପରକୁ ଆକ୍ରମଣ କରିଥିବା ସୂଚନା

Screen Shot 2025-05-02 at 7.25.37 AM .png Alt Text

Photograph: (kanaknews)

କନକବ୍ୟୁରୋ : ଜଳେଶ୍ୱରରେ ପୋଲିସ ଉପରକୁ ଆକ୍ରମଣ, ୪ଜଣ ଆକ୍ରମଣକାରୀ ଗିରଫ ।  ବେଆଇନ ଚାନ୍ଦା ଆଦାୟକାରୀ ମାନେ ପୋଲିସ ଟିମ୍ ଉପରକୁ ଆକ୍ରମଣ କରିଥିବା ସୂଚନା ।  ୬୦ ନମ୍ବର  ଜାତୀୟ ରାଜପଥ ଶାନ୍ତିଆ ଠାରେ କିଛି ଜଣ ବେଆଇନ ଚାନ୍ଦା ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଟିମ୍ ତଦନ୍ତ କରୁଥିବା ବେଳେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରିଥିଲେ ଦୃବୁର୍ତ୍ତ । ଉଭୟ ଆକ୍ରମଣରେ ଆହତ ହୋଇଛନ୍ତି ।  ଘଟଣାରେ ସଂପୃକ୍ତ ୪ ଜଣକୁ ଗିରଫ କରିଛି ପୋଲିସ  ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe