କନକ ବ୍ୟୁରୋ :  ଏସ.ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଘାଣ୍ଟିବ ସିବିଆଇ । ରାଜ୍ୟର ବହୁଚର୍ଚ୍ଚିତ ପୁଲିସ  ସବ୍‌-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ମାମଲାର ତଦନ୍ତ କରିବ ସିବିଆଇ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହି ମହାଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଲମ୍ବିଛି । ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥାଇପାରେ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡିଛି । ଦୁର୍ନୀତିରେ ଆନ୍ତଃ ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଏସ.ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆଜି ସୁଦ୍ଧା ୧୨୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୧୨ ଜଣ ଦଲାଲଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ । 

Advertisment

ଏବେ ଆସନ୍ତୁ ଦେଖୁବା ଆଗକୁ କଣ ହେବ । 

  • ପୁଣି ତଦନ୍ତ ଆରମ୍ଭ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା 
  • ଦୁର୍ନୀତିର ଚେର ଅନ୍ୟ ରାଜ୍ୟକୁ  ଲମ୍ବିଛି
  • ଅନ୍ୟ ରାଜ୍ୟରେ ତଦନ୍ତ ଜୋରଦାର ହେବ
  • ଆନ୍ତଃ ରାଜ୍ୟ ଅପରାଧୀ ସଙ୍ଗଠନର ହାତ ସନ୍ଦେହ
  • ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ହେବ ଖୋଳତାଡ଼
  • ଆନ୍ତଃ-ରାଜ୍ୟ ଗ୍ୟାଙ୍ଗ ପାଖରେ ପହଞ୍ଚିବା ସହଜ ହେବ
  • ଆଇନ ପରିସରକୁ ଆସିବେ ସଂପୃକ୍ତ ଅପରାଧୀ
  • ଓଡ଼ିଶାରେ ବି ସିବିଆଇ ତଦନ୍ତ ଜୋରଦାର ହେବ
  • ଦେଶବ୍ୟାପୀ ଚଢାଉ ଓ ଗିରଫଦାରୀ ହୋଇପାରିବ 
  • ମନି-ଲଣ୍ଡ୍ରିଂ ଦିଗର ତଦନ୍ତ ହୋଇପାରିବ 
  • ଖୁବଶୀଘ୍ର ଆସିବାରେ ପ୍ରାଥମିକ ଚାର୍ଜସିଟ୍

ଏସ.ଆଇ କେଳେଙ୍କାରୀ: ପୂରା ଘଟଣାକ୍ରମ

  • ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ହେବାର ଥିଲା ଏସ.ଆଇ ଲିଖିତ ପରୀକ୍ଷା 
  • ତା ପୂର୍ବରୁ ଧରାପଡ଼ିଥିଲା ଅନିୟମିତତା
  • ଅକ୍ଟୋବର ୬ରେ ଆନ୍ଦୋଳନ କରିଥିଲା ଯୁବ ଓ ଛାତ୍ର ବିଜେଡି
  • କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ତଦନ୍ତ ଦାୟିତ୍ବ
  • ୩ଟି ବସରେ ଆନ୍ଧ୍ରପ୍ରଦେଶକୁ ନିଆଯିବା ବେଳେ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଥିଲା
  • ଏପର୍ଯ୍ୟନ୍ତ  ୧୨୬ ଜଣ ଧରାପଡ଼ିଛନ୍ତି
  • ଗିରଫ ୧୨୬ ଜଣଙ୍କ ମଧ୍ୟରେ ୧୨ ଦଲାଲ
  • ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେବି ଫେରାର୍
  • ଶଙ୍କର ପୃଷ୍ଟି ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ସର୍କୁଲାର
  • ଦିଲ୍ଲୀରେ ରହି ରିମୋଟ କଣ୍ଟ୍ରୋଲ କରୁଥିଲା ଶଙ୍କର ପୃଷ୍ଟି
  • ଶଙ୍କର ପୃଷ୍ଟିର ଡାହାଣ ହାତ ବିଶ୍ବରଞ୍ଜନ ବେହେରା ଧରାପଡ଼ିଛି
  • କ୍ରାଇମ୍‌ବ୍ରାଞ୍ଚ ହାତରେ ଧରାପଡ଼ିଛି ପ୍ରମୁଖ ସହଯୋଗୀ ମୁନା ମହାନ୍ତି
  • ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଓ ସୌମ୍ୟା ପ୍ରିୟଦର୍ଶିନୀ ବି କବଜାରେ
  • ମୁନା ବିଜୟନଗରମ୍ ଓ ଅରବିନ୍ଦ ନେଇଥିଲା ଦୀଘା ମଡ୍ୟୁଲର ଦାୟିତ୍ବ
  • ଏମାନଙ୍କୁ ସହଯୋଗ କରୁଥିଲେ ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଓ ସୌମ୍ୟା ପ୍ରିୟଦର୍ଶିନୀ
  • ଦଶପଲ୍ଲାରେ ଥିବା ଫାର୍ମ ହାଉସରେ ଶ୍ରୀକାନ୍ତ ଓ ମୁନାକୁ ଆଶ୍ରୟ ଦେଇଥିଲା ଅଭିମନ୍ୟୁ
  • ପ୍ରିୟଦର୍ଶିନୀଙ୍କ ଠାରୁ ତଥ୍ୟ ନେଇ ମୁନା ଓ ଶ୍ରୀକାନ୍ତଙ୍କୁ ଦେଉଥିଲା
  • ପରୀକ୍ଷାର୍ଥୀଙ୍କ ପିଛା ୨୫ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍
  • ଅଗ୍ରୀମ ବାବଦକୁ ୧୦ ଲକ୍ଷ  ନେଇଥିଲେ ଦଲାଲ
  • ଚାକିରି ପରେ ନେଇଥାନ୍ତେ ବଳକା ୧୫ ଲକ୍ଷ ଟଙ୍କା