କନକ ବ୍ୟୁରୋ : ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ ଜାଲିଆତି ପ୍ରସଙ୍ଗ । କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ୨ଜଣଙ୍କୁ ଜେରା କରାଯାଉଛି , ଏହାସହ ଚାଲିଛି ଲମ୍ବା ତାଲିକା ପ୍ରସ୍ତୁତ । ଦୁଇ ଜଣଙ୍କୁ କଟକ କ୍ରାଇମବ୍ରାଞ୍ଚରେ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ , ଆଗକୁ ମିଳିପାରେ ଆଉ କିଛି ଲିଙ୍କ୍‌ । କ୍ରାଇମବ୍ରାଞ୍ଚ ସ୍କାନରରେ ଏକାଧିକ ଦଲାଲ ରହିଛନ୍ତି । ସେପଟେ ବ୍ରହ୍ମପୁର ଜେଲରେ ଗିରଫ ଆଶାୟୀଙ୍କ ପରିବାର ଲୋକଙ୍କ ଭିଡ଼ । ଜେଲରେ ପୁଅ, ଝିଅକୁ ଭେଟିବାକୁ ଆସିଛନ୍ତି ପରିବାର ଲୋକ । ଗତ ୧ ତାରିଖରେ ଗିରଫ ହୋଇଥିଲେ ୧୧୪ ଆଶାୟୀ । ଆଶାୟୀଙ୍କୁ ଛାଡ଼ି ଦଲାଲଙ୍କୁ ଧରିବାକୁ ପରିବାର ଲୋକଙ୍କ ଦାବି କରିଛନ୍ତି । ଆନ୍ଧ୍ରପ୍ରଦେଶ ଯାଉଥିବାବେଳେ ସୀମାରୁ ଆଶାୟୀ ଓ ୩ ଦାଲଲଙ୍କୁ ଧରିଥିଲା ବ୍ରହ୍ମପୁର ପୁଲିସ ।

Advertisment

ଅନ୍ୟପଟେ ଏହି କେଲଙ୍କାରୀରେ ମାମଲାରେ ତେଜିଛି ରାଜନୀତି , ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ । ରାଜ୍ୟରେ ଚାକିରି ବିକ୍ରି ଚାଲିଥିବାରୁ ମେଧାବୀଙ୍କ ମନରେ ଆଶଙ୍କା ବଢ଼ିଥିବା କହିଛି କଂଗ୍ରେସ । ରାଜ୍ୟରେ ଟଙ୍କା ଦିଅ ଚାକିରୀ ନିଅ ବ୍ୟବସ୍ଥାରେ କେବେ ପୂର୍ଣଛେଦ ପଡ଼ିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଅପରପକ୍ଷରେ ୧୫ ମାସର ବିଜେପି ସରକାର୍ ମଧ୍ୟରେ ୧୬ଟି ପେପର ଲିକ୍ ମାମଲା ସାମ୍ନାକୁ ଆସିଲାଣି । ବିଜେପି ଲୋକ ସାମିଲ ଥିଲେ କ’ଣ ଦୋଷୀଙ୍କୁ ଧରିଥାନ୍ତୁ ନା ପରୀକ୍ଷା ବାତିଲ କରିଥାନ୍ତୁ ବୋଲି ବିଜେପି କହିଥିବା କଥାକୁ କଟାକ୍ଷ କରିଛି ବିଜେଡି । ଏହି ପ୍ରସଙ୍ଗରେ ଜବାବ ରଖିଛି ବିଜେପି , ପ୍ରଶ୍ନପତ୍ର ଲିକ୍ ପୁରୁଣା ରୋଗ ପାଲଟିଯାଇଥିବା କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ଶାସକ ଦଳର ସଂମ୍ପୃକ୍ତି ଥିଲେ ପରୀକ୍ଷା କାହିଁ ବନ୍ଦ ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ମନମୋହନ ସାମଲ ।