କନକ ବ୍ୟୁରୋ: ସ୍ଥଗିତ ରହିଲା ପୁଲିସ ଏସ୍ଆଇ ପରୀକ୍ଷା । ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି । ତେବେ ପୁଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି ହୋଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ୧୨୦ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଥିଲା ପୁଲିସ । ବ୍ରହ୍ମପୁରକୁ ଏହି ଛାତ୍ରମାନଙ୍କୁ ଆଣି ପୁଲିସ ପଚରାଉଚୁରା କରୁଛି ।
ସ୍ଥଗିତ ହେଲା ପୁଲିସ SI ପରୀକ୍ଷା
— Kanak News (@kanak_news) September 30, 2025
ଆସନ୍ତା ୫ ଓ ୬ ତାରିଖରେ ହେବାକୁ ଥିଲା ଲିଖିତ ପରୀକ୍ଷା
ପରୀକ୍ଷା ତାରିଖ ପୁଣି ଘୋଷଣା ହେବ
ସୂଚନା ଦେଲା OPRB #OPRB#Police#KanakNewspic.twitter.com/D2ZY1URtqV
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/30/si-exam-2025-09-30-14-05-01.jpg)