କନକବ୍ୟୁରୋ : ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ୧୧୭ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଗତକାଲି ଗିରଫ ୧୧୭ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି । ଆହୁରି ୯ ଦଲାଲଙ୍କୁ ଅଜ୍ଞାତ ସ୍ଥାନରେ ଅଟକ ରଖି ପଚରା ଉଚରା କରୁଛି ପୁଲିସ ।  ତେବେ ରିମାଣ୍ଡ ସମ୍ପର୍କରେ କେହି ମୁହଁ ଖୋଲି ନାହାନ୍ତି  ପୁରୀ, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ୱର, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼ ଭଳି ୩୦ ଜିଲ୍ଲାର ପରୀକ୍ଷାର୍ଥୀ ଏହି ମାମଲାରେ ଛନ୍ଦି ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୧୪ ପରୀକ୍ଷାର୍ଥୀ ଥିଲା ବେଳେ ୩ ଦଲାଲ ଜେଲ ଯାଇଛନ୍ତି । ସେମାନଙ୍କ ନିକଟରୁ ୧୨୦ରୁ ଅଧିକ ମୋବାଇଲ,  ଆଧାରକାର୍ଡ, ସାମ୍ପଲ ପ୍ରଶ୍ନପତ୍ର, ବାୟୋଡାଟା ଓ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ  କାଗଜପତ୍ର ପୁଲିସ ଜବତ କରିଛି  ବୁଧବାର ଦିନ ତମାମ ସେମାନଙ୍କୁ ଜେରା କରାଯାଇଥିଲା ବେଳେ କେହି ମୁହଁ ଖୋଲି ନଥିବା ଜଣା ପଡ଼ିଛି । 

Advertisment