ବାଲି ବୋଝେଇ ଟ୍ରାକ୍ଟରକୁ ଗୋଡାଇଲା ପୋଲିସ ; ୨୦ କିମି ପିଛା କରିବା ପରେ ମାଡିବସିଲା

ବେଆଇନ୍ ବାଲି ଚାଲାଣବେଳେ ଗୋଡାଇଲା ପୋଲିସ ଗାଡ଼ି । ୨୦ କିଲୋମିଟର ପର୍ଯ୍ୟନ୍ତ ଭୁଆଁ ବୁଲାଇଲେ ମାଫିଆ । ମୟୂରଭଞ୍ଜ ଖୁଣ୍ଟାରୁ ଆସିଲା ପୋଲିସ- ମାଫିଆ ଗୋଡ଼ାଗୋଡ଼ିର ରୋଚକ ଦୃଶ୍ୟ ।

police chased Sand Loaded Tractor

police chased Sand Loaded Tractor Photograph: (KanakNews)

କନକ ବ୍ୟୁରୋ: ରାଜ୍ୟରେ ମାତିଛନ୍ତି ବାଲି ମାଫିଆ । ପୁଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ କରୁଛନ୍ତି । ମୟୂରଭଞ୍ଜ ଉଭୟ ପକ୍ଷଙ୍କ ମଧ୍ୟରେ କିଛି ସମୟ ଧରି ଚାଲିଲା ଛକାପଞ୍ଝା । ପୋଲିସ ପାଖରୁ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଖସାଇ ନେଇ ୨୦ କିଲୋମିଟର ଯାଏଁ ଭୁଆଁ ବୁଲାଇଲେ ମାଫିଆ। ମୟୂରଭଞ୍ଜ ଖୁଣ୍ଟାଚିଲିମା ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ପିଛା କରି ଶେଷରେ ବାଲି ବୋଝେଇ ଟ୍ରାକ୍ଟରକୁ ପୋଲିସ ଜବତ କରିଥିବା ଦେଖିବାକୁ ମିଳିଛି ।  

 ସାରା ରାଜ୍ୟରେ ମାତିଛନ୍ତି ବାଲି ମାଫଆ। ଖୋଲାଖୋଲି ହେଉଛି ବାଲି ଚୋରା ଚାଲାଣ। ଚେଇଁ ଶୋଇଛି ପ୍ରଶାସନ । ହଜୁଛି ନଦୀ ଗୁଡିକର ଅସ୍ତିତ୍ବ । ଏପରି ବାରମ୍ବାର ଅଭିଯୋଗ ପରେ ଏବେ ଚେତିଛନ୍ତି ସରକାର । ବିଭିନ୍ନ ନଦୀ ପଠାରେ ଲଗାଇଛନ୍ତି ସର୍ଭେଲାନ୍ସ କ୍ୟାମେରା । ଫଳରେ ନଦୀରୁ ବେଆଇନ ଭାବେ ଉଠିପାରିବନି ବାଲି । ଏସବୁ ପଦକ୍ଷେପ ପରେ ବି କିଛି ସ୍ଥାନରେ ପୋଲିସ ପ୍ରଶାସନକୁ ଚ୍ୟାଲେଞ୍ଜ କରି ବାଲି ଚୋରାଇ ନେଉଛନ୍ତି ମାଫିଆ। ଯାହାର ଏକ ଉଦହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଖୁଣ୍ଟାଚିଲିମାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe