କନକ ବ୍ୟୁରୋ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ପୁଲିସକୁ ଗୁରୁତ୍ବପୂର୍ଣ୍ଣ ଲିଡ୍ । ମୃତ ଛାତ୍ରୀଙ୍କ ମୋବାଇଲ୍ ସିଜ୍ କରିଛି ପୁଲିସ । ମୋବାଇଲରୁ ହିଁ ସ୍ପଷ୍ଟ ହେବ ଯେ ଛାତ୍ରୀଙ୍କ ପୁରୁଷ ବନ୍ଧୁ କିଏ ? ମୋବାଇଲ ଜବତ ପରେ କଲ୍ ଡିଟେଲ୍ସ ଯାଞ୍ଚ କରାଯାଉଛି । କାହାକୁ ହୋଇଥିଲା ଶେଷ କଲ୍ ତା’ର ଯାଞ୍ଚ କରୁଛି ପୁଲିସ । ସେପଟେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏସପି, ଅତିରିକ୍ତ ଏସପି, ଏସଡିପିଓ, ଡିଏସପି ଓ ଆଇଆଇସି ଉପସ୍ଥିତିରେ ଘଟଣାସ୍ଥଳରେ ଚାଲିଛି ତଦନ୍ତ ।
ତେବେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରିଛି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଦଳ କହିଛି , ଗୃହ ବିଭାଗର ସ୍ବାସ୍ଥ୍ୟ ଭଲ ନାହିଁ । ସୁଶାସନ ନାଁରେ ଓଡ଼ିଶାରେ ଚାଲିଛି ଦୁର୍ଯୋଧନ ଓ ଦୁଃଶାସନ ଶାସନ । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଦଳ । ଆଉ ଏହାର ଜବାବ ଦେଇଛି ବିଜେପି ।