ମହିଳା ପୁଲିସଙ୍କ ଖୋଜୁଛି ପୁଲିସ ; କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବାପା

ଭୁବନେଶ୍ବରରୁ ପୁଲିସକୁ ଖୋଜୁଛି ପୁଲିସ । ମହିଳା ଟ୍ରାଫିକ କନଷ୍ଟେବଳ ନିଖୋଜର ୧୦ ଦିନ ବିତିଯାଇଥିଲେ ବି ଅନ୍ଧାରରେ ବାଡି ବୁଲାଉଛି ପୁଲିସ  । କାନ୍ଦି କାନ୍ଦି ବାପା ହେଲେଣି ଅଧୈର୍ଯ୍ୟ । ଅପରେସନ ଅନ୍ବେଷଣକୁ ନେଇ ଉଠିଲା ପ୍ରଶ୍ନ ।

34

କନକ ବ୍ୟୁରୋ: ଲୁହରେ ଆଖି ଭିଜି ଯାଉଛି  I କଥା କହିବା ବେଳକୁ ପାଟି ଥରି ଯାଉଛି   I ଲୁହକୁ ଛାତିରେ ଚାପି ଧରି ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି ଧର୍ଯ୍ୟହରା ବାପା  I ଝିଅକୁ ଖୋଜି ଖୋଜି ନୟାନ୍ତ ହେବା ପରେ, କ୍ୟାମେରା ଆଗରେ କୋହଭରା କଣ୍ଠରେ କାନ୍ଦି କାନ୍ଦି କହୁଛନ୍ତି, ମୋ ଝିଅକୁ ଫେରାଇ ଆଣ I ଏ ହେଉଛନ୍ତି ଭୁବନେଶ୍ୱରରୁ ନିଖୋଜ ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ବାପା I ଝିଅ ନିଖୋଜକୁ ୧୦ ଦିନ ବିତି ଗଲାଣି  I ପୁଲିସ କମିସନରଙ୍କଠାରୁ ଆରମ୍ଭ କରି କନଷ୍ଟେବଲ ସଙ୍ଘ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହେଲେଣି  I ହେଲେ ଫଳ ଶୂନ  I ପୁଲିସ ହୋଇ ନିଜ ମହିଳା ପୁଲିସ କର୍ମଚାରୀଙ୍କୁ ଖୋଜି ନପାଇବା ଘଟଣାକୁ ନିନ୍ଦା କରିଛନ୍ତି ପରିବାର  I 

ନିଖୋଜ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବାକୁ ରାଜ୍ୟରେ ଚାଲିଛି ଅପରେସନ ଅନ୍ୱେଷଣ I ମହିଳା କନଷ୍ଟେବଳଙ୍କୁ ଖୋଜି ବିଫଳ ପରେ, ପୁଲିସ ପୁରସ୍କାର ସହ ମାରିଛି ପୋଷ୍ଟର I ସେପଟେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିକଟ ଖେଳପଡ଼ିଆ ମଧ୍ୟରୁ ମିଳିଥିବା ମୃତଦେହର ବି ପରିଚୟ ମିଳି ପାରୁନି । ଚିହ୍ନଟ କଲେ ପୁରସ୍କାର ରାଶି ଘୋଷଣା ମଧ୍ୟ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe