କନକ ବ୍ୟୁରୋ: ଲୁହରେ ଆଖି ଭିଜି ଯାଉଛି I କଥା କହିବା ବେଳକୁ ପାଟି ଥରି ଯାଉଛି I ଲୁହକୁ ଛାତିରେ ଚାପି ଧରି ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି ଧର୍ଯ୍ୟହରା ବାପା I ଝିଅକୁ ଖୋଜି ଖୋଜି ନୟାନ୍ତ ହେବା ପରେ, କ୍ୟାମେରା ଆଗରେ କୋହଭରା କଣ୍ଠରେ କାନ୍ଦି କାନ୍ଦି କହୁଛନ୍ତି, ମୋ ଝିଅକୁ ଫେରାଇ ଆଣ I ଏ ହେଉଛନ୍ତି ଭୁବନେଶ୍ୱରରୁ ନିଖୋଜ ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ବାପା I ଝିଅ ନିଖୋଜକୁ ୧୦ ଦିନ ବିତି ଗଲାଣି I ପୁଲିସ କମିସନରଙ୍କଠାରୁ ଆରମ୍ଭ କରି କନଷ୍ଟେବଲ ସଙ୍ଘ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହେଲେଣି I ହେଲେ ଫଳ ଶୂନ I ପୁଲିସ ହୋଇ ନିଜ ମହିଳା ପୁଲିସ କର୍ମଚାରୀଙ୍କୁ ଖୋଜି ନପାଇବା ଘଟଣାକୁ ନିନ୍ଦା କରିଛନ୍ତି ପରିବାର I
ନିଖୋଜ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବାକୁ ରାଜ୍ୟରେ ଚାଲିଛି ଅପରେସନ ଅନ୍ୱେଷଣ I ମହିଳା କନଷ୍ଟେବଳଙ୍କୁ ଖୋଜି ବିଫଳ ପରେ, ପୁଲିସ ପୁରସ୍କାର ସହ ମାରିଛି ପୋଷ୍ଟର I ସେପଟେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିକଟ ଖେଳପଡ଼ିଆ ମଧ୍ୟରୁ ମିଳିଥିବା ମୃତଦେହର ବି ପରିଚୟ ମିଳି ପାରୁନି । ଚିହ୍ନଟ କଲେ ପୁରସ୍କାର ରାଶି ଘୋଷଣା ମଧ୍ୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/15/34-2025-09-15-20-53-16.jpg)