କନକବ୍ୟୁରୋ : ଦିଲ୍ଲୀ ନିର୍ବାଚନ ଯେତିକି ପାଖେଇ ଆସୁଛି ଆପ-ବିଜେପି କଳି ସେତିକି ବଢିବାରେ ଲାଗିଛି । ଏବେ ଦିଲ୍ଲୀରେ ପୁଲିସ ମୁତୟନକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ରାଜଧାନୀରେ ଗୁଜରାଟ ପୁଲିସ ମୁତୟନ ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରୁ ପଞ୍ଜାବ ପୁଲିସକୁ କଢାଯାଇ ଗୁଜରାଟ ପୁଲିସ ମୁତୟନ କରାଯାଇଥିବା ନେଇ କେଜ୍ରିୱାଲ ଅଭିଯୋଗ କରିଛନ୍ତି । କେଜ୍ରିୱାଲଙ୍କ ଅଭିଯୋଗ ଉପରେ ସ୍ପଷ୍ଟିକରଣ ରଖିଲା ଦିଲ୍ଲୀ ପୁଲିସ ।
ନିର୍ବାଚନ ପରିଚଳନା ପାଇଁ ଦିଲ୍ଲୀରେ ୨୨୦ କମ୍ପାନୀ ସୁରକ୍ଷା ଫୋର୍ସ ମୁତୟନ କରାଯାଛି। ଯେଉଁଥିଣେ ସିଆରପିଏଫ, ବିଏସଫ, ଏସଏସବି. ଆଇଟିବିପି, ସିଆଇଏସଏଫ ଏବଂ ଆରଫିଏଫ ସହ ରାଜସ୍ଥାନ, ବିହାର , ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଚଣ୍ଡିଗଡ଼ ଏବ ହିମାଚଳ ପ୍ରଦେଶରୁ ୭୦ କମ୍ପାନୀ ଫୋର୍ସ ଦିଲ୍ଲୀରେ ମୁତୟନ କରାଯାଇଥିବା ସୂଚନା ମିଳିଛି ।
ଯେଉଁଥିରେ ୭ରୁ ୮ କମ୍ପାନୀ ଫୋର୍ସ ଗୁଜରାଟରୁ ଆସିଛନ୍ତି । କ୍ରେଜିୱାଲଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଘଭୀ କହିଛନ୍ତି, କାହିଁକି କେଜ୍ରିୱାଲକୁ ଠକ କୁହାଯାଉଛି ସେ ଏବେ ବୁଝିପାରୁଛନ୍ତି । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ କମିଶନଙ୍କ ନିୟମ ନ ଜାଣିବା ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ହର୍ଷ ସାଙ୍ଘଭୀ ।
--