ପୁଣି ପୋଲିସ ବିରୋଧରେ ଅଭିଯୋଗ । କଂଗ୍ରେସ ନେତ୍ରୀଙ୍କୁ ଦୁର୍ବ୍ୟବହାର !

Advertisment

ସୋସିଆଲ ମିଡ଼ିଆରେ ଅପମାନ ପରେ ଅଭିଯୋଗ ପାଇଁ ସାଇବର ଥାନା ଯାଇଥିଲେ କଂଗ୍ରେସ ମୁଖପାତ୍ର ଜୟଶ୍ରୀ ପାତ୍ର । ପୋଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ନେଇ ଆଣିଲେ ସାଘାତିକ ଅଭିଯୋଗ ।

ସୋସିଆଲ ମିଡ଼ିଆରେ ଅପମାନ ପରେ ଅଭିଯୋଗ ପାଇଁ ସାଇବର ଥାନା ଯାଇଥିଲେ କଂଗ୍ରେସ ମୁଖପାତ୍ର ଜୟଶ୍ରୀ ପାତ୍ର । ପୋଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ନେଇ ଆଣିଲେ ସାଘାତିକ ଅଭିଯୋଗ ।

5fd

କନକ ବ୍ୟୁରୋ: କେବେ ସୁଧୁରିବ ଥାନା। କେବେ ଥାନାରେ ମହିଳାଙ୍କୁ ଦୁର୍ବବ୍ୟହାର ହେବ ବନ୍ଦ। ଏବେ ପ୍ରତିଦିନ ସାମ୍ନାକୁ ଆସିଲାଣି ଏଭଳି ଘଟଣା। ପୋଲିସ ବିରୋଧରେ ଏଭଳି ଏକ ଅଭିଯୋଗ ଆଣିଛନ୍ତି ଜଣେ କଂଗ୍ରେସ ନେତ୍ରୀ। ସାଇବର ଥାନାର ସାଙ୍ଘାତିକ ସତ ସାମ୍ନାକୁ ଆଣିଲେ କଂଗ୍ରେସ ମୁଖପାତ୍ର ଜୟଶ୍ରୀ ପାତ୍ର । ସାଇବର ଥାନା କୁ ଆସି କେମିତି ନାକରେ ପାଣି ପିଇଛନ୍ତି, ସେ ନେଇ ଗୋଟି ଗୋଟି କରି ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ଦୁର୍ଭାଗ୍ୟର ବିଷୟ ରାଜଧାନୀ ଛାତିରେ ସାଇବର ଅପରାଧ ରୋକିବାକୁ ତିଆରି ହୋଇଥିବା ଥାନାରେ ଜଣେ ଏସିପିଙ୍କୁ ନିଯୁକ୍ତ କରାଯାଇଛି। ଅଭିଯୋଗ ନେଇ ଆସିଥିବା ମହିଳାଙ୍କୁ ସେହି ଅପବାଦ ଯେତିକି ନିନ୍ଦା ଦେଇନି ତାଠାରୁ ଅଧିକ ନିର୍ୟ୍ୟାତନା ଦେଇଛି ଥାନା। ସୋସିଆଲ ମିଡିଆରେ ନିଜକୁ ବିଜେପି ସମର୍ଥକ କହୁଥିବା କେହି ଦୁର୍ବୃତ୍ତ ତାଙ୍କ ଚରିତ୍ର ସଂହାର କରୁଥିବା ଅଭିଯୋଗ ନେଇ ଥାନାକୁ ଆସିଥିଲେ ଜୟଶ୍ରୀ ପାତ୍ର । ହେଲେ ଥାନାରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe