ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ରିମାଣ୍ଡରେ ନେଲା ପୁଲିସ : ସତ ବାହାର କରିବାକୁ ହେବ ମିଛ ଧରା ପରୀକ୍ଷା

ଓଡ଼ିଶା ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ପୁରୁଷବନ୍ଧୁଙ୍କ ସମେତ ୬ଜଣଙ୍କୁ ରିମାଣ୍ଡରେ ନେଇ ଖୋଳତାଡ କରୁଛି ଦୁର୍ଗାପୁର ପୁଲିସ ।  ଶୁକ୍ରବାର ରାତିରେ ପ୍ରକୃତରେ କଣ ଘଟିଥିଲା ତାର ସମ୍ପୂର୍ଣ୍ଣ ତଥ୍ୟ ହାସଲ ପାଇଁ ପଚରାଉଚୁରା କରିବ

7PM6

Photograph: (KANAKNEWS)

କନକବ୍ୟୁରୋ :  ଓଡ଼ିଶା ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ପୁରୁଷବନ୍ଧୁଙ୍କ ସମେତ ୬ଜଣଙ୍କୁ ରିମାଣ୍ଡରେ ନେଇ ଖୋଳତାଡ କରୁଛି ଦୁର୍ଗାପୁର ପୁଲିସ ।  ଶୁକ୍ରବାର ରାତିରେ ପ୍ରକୃତରେ କଣ ଘଟିଥିଲା ତାର ସମ୍ପୂର୍ଣ୍ଣ ତଥ୍ୟ ହାସଲ ପାଇଁ ପଚରାଉଚୁରା କରିବ ।  ଏଥିସହ ଅଭିଯୁକ୍ତ ଓ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କର ମଧ୍ୟ ମିଛ ଧରା ପରୀକ୍ଷା କରିବାକୁ ଯୋଜନା କରିଛି ପୁଲିସ୍ ।   ଦିନ ଗଡିବା ସହ ପଶ୍ଚିମବଂଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି ।  ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ଏପର୍ଯ୍ୟନ୍ତ ୬ଜଣଙ୍କୁ ପୁଲିସ ବାନ୍ଧିବା ପରେ ବି ଛାତ୍ରୀଙ୍କ ସହ କଣ ଘଟିଥିଲା ତା ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇ ପାରିନି ଦୁର୍ଗାପୁର ପୁଲିସ୍ ।  ପୂର୍ବରୁ ୫ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

ଆଜି ପୁରୁଷ ବନ୍ଧୁ ୱାସିଫ୍ ଅଲ୍ଲୀକୁ ୭ଦିନିଆ ରିମାଣ୍ଡରେ ନେଇଛି ପୁଲିସ୍। ରିମାଣ୍ଡ ସମୟରେ ସମସ୍ତ ଅଭିଯୁକ୍ତଙ୍କର ମିଛ ଧରା ପରୀକ୍ଷା କରାଯିବ ।  ତାପରେ ପୂରା ଘଟଣା ସାମନାକୁ ଆସିବ।  ପୀଡିତା ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଯେତେ ଶୀଘ୍ର ଡାକ୍ତର ଡିସଚାର୍ଜ କରିଦେବେ ସେତେଶୀଘ୍ର ଝିଅକୁ ଘରକୁ ନେଇ ଯିବେ ବୋଲି କହିଛନ୍ତି ବାପା ।

ଅନ୍ୟପଟେ ଏହି ଘଟଣାକୁ ନେଇ ମମତାଙ୍କ ବୟାନ ଓ ତାଙ୍କ ଦଳର ନେତାଙ୍କ ପ୍ରତିକ୍ରିୟାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି। ଓଡ଼ିଶା ବିଜେପି ପକ୍ଷରୁ ଏହାକୁ ନିନ୍ଦା କରାଯାଉଛି ।   ଏହା ମମତାଙ୍କ ଦୋମୁହାଁ ନୀତି ବୋଲି କହି କଟାକ୍ଷ କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁରୁଷବନ୍ଧୁକୁ ମୁଖ୍ୟ ଅଭିଯୁକ୍ତ ଭାବେ ପୁଲିସ ଦର୍ଶାଇଛି ।  ଏଥିସହ ଦୁଷ୍କର୍ମ ସମୟରେ ଅନ୍ୟ ପାଞ୍ଚ ଅଭିଯୁକ୍ତଙ୍କ ଉପସ୍ଥିତି ପ୍ରମାଣିତ ହୋଇଛି ବୋଲି ପୁଲିସ ସ୍ପଷ୍ଟ କରିଛି। କିନ୍ତୁ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ପ୍ରଶ୍ନ ଉଠୁଛି, ପୀଡିତାଙ୍କୁ ନ୍ୟାୟ ମିଳିବ ତ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe