ଅପରାଧୀଙ୍କୁ ଧରିପାରୁନି ବରଗଡ ପୋଲିସ ; ସେପଟେ ଜନ୍ମ ମରଣ ସହ ସଂଘର୍ଷ କରଛନ୍ତି ଯୁବତୀ

ଜଙ୍ଗଲରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାକୁ ଏହା ଭିତରେ ତିନି ଦିନ ବିତିଲାଣି । ହେଲେ, ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି ।

ବରଗଡ ଲଜ୍ଜା

ବରଗଡ ଲଜ୍ଜା Photograph: (KanakNews)

କନକ ବ୍ୟୁରୋ: ଜଙ୍ଗଲରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ଯୁବତୀ ଉଦ୍ଧାର ଘଟଣାକୁ ଏହା ଭିତରେ ତିନି ଦିନ ବିତିଲାଣି । ହେଲେ, ଏପର୍ୟନ୍ତ ପୋଲିସ ହାତ ଖାଲି । ନା ଯୁବତୀଙ୍କ ସହ କଣ ହୋଇଛି ତା ଉପରୁ ପରଦା ହଟାଉଛି ନା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଉଛି ।  ସେପଟେ ଯୁବତୀ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଥିବାବେଳେ, ପୋଲିସର ଆଭିମୁଖ୍ୟକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ପ୍ରଶ୍ନ ଉଠୁଛି, ଘଟଣାକୁ ଚାପୁଛି କିଏ ?

ଧନୁଯାତ୍ରାରୁ ଯୁବତୀ ନିଖୋଜ ଘଟଣା ଏବେ ଭିନ୍ନ  ମୋଡ଼ ନେଉଛି । ପୋଲିସର ନିରବତା ଓ ଢ଼ିଲା ତଦନ୍ତକୁ  ନେଇ ପୀଡିତା ପରିବାର ଓ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। କ୍ଷ ନ୍ୟାୟ ଦାବି କରି ପାଞ୍ଚ ଘଣ୍ଟା ଧରି ବରଗଡ -ଭଟଲି ରାସ୍ତା ଅବରୋଧ କରିଛନ୍ତି। ଏପର୍ୟ୍ୟନ୍ତ ପୋଲିସ କାହିଁକି ଅଭିଯୁକ୍ତଙ୍କୁ ଧରି ପାରି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି।  ତେବେ ୪୮ଘଂଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକରୁ ଉଠିଛନ୍ତି ଆନ୍ଦୋଳନକାରୀ। 

ଯୁବତୀ ନିଖୋଜ ଘଟଣା ଏବେ ରାଜନୀତି ମୋଡ଼ ନେଇଛି  କ୍ଷ ପୀଡିତାଙ୍କ ପରିବାରକୁ ଭେଟିବା ସହ ଆନ୍ଦୋଳନରେ ସାମିଲ ହେଇଛନ୍ତି ଜିଲ୍ଲା ପରିଷଦ ଅଧକ୍ଷାଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ । ପୀଡିତାଙ୍କୁ ନ୍ୟାୟ ଦେବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ  ଦାବି କରିଛନ୍ତି। 

ପୋଲିସର ବେଫିକର ଆଭିମୁଖ୍ୟ ମାମଲାକୁ ସନ୍ଦେହ ଭିତରକୁ ଠେଲି ଦେଇଛି। ପରିବାର ଲୋକେ କହୁଛନ୍ତି, ୧୨ତାରିଖ ଅପରାହ୍ନ ପ୍ରାୟ ୩ଟାରେ ଧନୁଯାତ୍ରା ଦେଖି ଯିବାକୁ ଏକା ଘରୁ ବାହାରିଥିଲେ ଯୁବତୀ  ହେଲେ କାହାସହ ଧନୁଯାତ୍ରାକୁ ଯାଇଥିଲେ ସେନେଇ କେହି ଦେଇ ପାରୁନାହାନ୍ତି ଉତ୍ତର । ଅନ୍ୟପଟେ କାହିଁକି ଓ କେମିତି କୁର୍ଲା ଜଙ୍ଗଲରେ ପହଞ୍ଚିଲେ ଯୁବତୀ? ଯୁବତୀଙ୍କ ସହ ଜଘନ୍ୟ କାଣ୍ଡ ଘଟାଇବା ପଛର ଉଦେଶ୍ୟ କଣ?  ମୁଣ୍ଡରେ ଗଭୀର ଆଘାତ ଦେଇଥିବା ବ୍ୟକ୍ତି ଜଣକ କିଏ? ସତ ଚାପିବାକୁ ଚାହୁଁଥିଲା କି ପୋଲିସ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe