କନକ ବ୍ୟୁରୋ: ବେଆଇନ ଖାଦାନରେ ପୋଲିସ ଚଢାଉ କରି ୬ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କାଦରାୟାଁ ନିକଟରେ ସୁବର୍ଣ୍ଣରେଖା ନଦୀରୁ ଦିର୍ଘ ଦିନ ଧରି କିଛି ବାଲି ମାଫିଆ ବେଆଇନ ଭାବରେ ବାଲି ଉତ୍ତୋଳନ କରି ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଯାହାଫଳରେ ନଦୀ କୂଳଖାଇ ଗାଁ ମୁହାଁ ହେବା ସହିତ ଦ୍ରୁତ ଗତିରେ ବାଲି ଗାଡି ଯାତାୟତ ଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି ।
ଯାହାକୁ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ତେବେ ଆଜି ସକାଳେ ବାଲି ବୋଝେଇ କରି ଯାଉଥିବା ୬ଟି ବାଲି ଟ୍ରାକ୍ଟରକୁ ଅଟକ ରଖି ସ୍ଥାନୀୟ ଲୋକେ ସିଂଲା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଗୁଡ଼ିକ ଜବତ କରିଛି ।