କନକ ବ୍ୟୁରୋ : ବେଆଇନ ବାଣ ପ୍ରସ୍ତୁତିର ହବ୍‌ ପାଲଟିଛି ଗଞ୍ଜାମ ଆସିକା ଥାନା ଅନ୍ତର୍ଗତ ନଳବନଟା । ବର୍ଷ ତମାମ ଏଠାରେ ବାଣ ପ୍ରସ୍ତୁତ କରାଯାଏ । ଦୀପାବଳି ପୂର୍ବରୁ ଘରେ ଘରେ ବାଣ ପ୍ରସ୍ତୁତି ହୁଏ ।  ଆସିକାରୁ ବାଣ ନେଇ ବ୍ରହ୍ମପୁର ସମେତ ଖୋର୍ଦ୍ଧା, ଭୁନନେଶ୍ୱର ସହ ଅନ୍ୟାନ୍ୟ ବଜାରରେ ବିକ୍ରି କରିଥାନ୍ତି ବ୍ୟବସାୟୀ ।  ଏ ଖବର ପାଇ ବାଣ ଆଡ୍ଡାରେ ଚଢ଼ାଉ କରିଥିଲେ ଆସିକା ଓ କୋଟିନଡା ଥାନାଧିକାରୀ ।  ଗଞ୍ଜାମ ଏସ୍.ପିଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉରେ ୧୫ଲକ୍ଷ ଉର୍ଦ୍ଧ୍ବ ଟଙ୍କାର ବାଣ ଏବଂ ବାଣ ପ୍ରସ୍ତୁତିକାରୀ ସାମଗ୍ରୀ ଜବତ ହୋଇଛି । ଏହାସହ ୩ ଜଣ ବାଣ ପ୍ରସ୍ତୁତକାରୀଙ୍କୁ ଗିରଫ କରାଯାଇଛି ।

Advertisment

ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି କେବଳ ଆସିକାରେ ନୁହେଁ, ଅନେକ ସ୍ଥାନରେ କରାଯାଉଛି । ଫଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଉତ୍ତାପ ବୃଦ୍ଧି ପାଉଛି ।  ଆଗକୁ ସ୍ଥିତି ବିଗିଡ଼ିବା ଆଗରୁ ସରକାର ବାଣ ପ୍ରସ୍ତୁତି ଏବଂ ଫୁଟେଇବା ଉପରେ ଅଙ୍କୁଶ ଲଗାଇବାକୁ ପରିବେଶବିତ୍ ଦାବି କରଛନ୍ତି ।

ବାଣ କାରବାର ଅନେକ ଲୋକଙ୍କୁ ରୋଜଗାର ଦେଇଥାଏ । ହେଲେ ଅନେକ ସମୟରେ ବାଣ ପ୍ରସ୍ତୁତି ବେଳେ ଅଘଟଣ ଘଟି ଧନ ଜୀବନ ବି ହାନି ମଧ୍ୟ ଘଟୁଛି । ତେଣୁ ଆଲୋକର ପର୍ବ ପାଳନ ପୂର୍ବରୁ ଏହା ଉପରେ ରୋକ ଲଗାଇବା ପାଇଁ ଆଗେଇ ଆସିଛି ପୁଲିସ ।