ନିଶାଡ଼ିଙ୍କ ବିରୋଧରେ ଆକ୍ସନରେ ପୁଲିସ ; ବରଗଡ଼ରେ ଚଢ଼ାଉ

ନିଶା କାରବାର ରୋକିବାକୁ ଆକ୍ସନରେ ପୁଲିସ  । ବରଗଡ଼ର ଅନେକ ସ୍ଥାନରେ ଚଢ଼ାଉ । ମିସନ ଗଜରେ ୧୭ଟି ଥାନା ଅନ୍ତର୍ଗତ ବିଭିନ୍ନ ଦୋକାନରେ ପୁଲିସର ରେଡ୍ ।

29

କନକ ବ୍ୟୁରୋ: ନିଶା କାରବାର ରୋକିବାକୁ ଚଢାଉ। ବରଗଡ ଜିଲାରେ ଦିନକୁ ଦିନ ନିଶା କାରବାର ବଢିଚାଲିଥିବା ବେଳେ ଆଇନ ଶୃଙ୍ଖଲା ପରିସ୍ଥିତି ବିପର୍ୟ୍ୟସ୍ତ ହେବା ସହ ଅପରାଧ ବଢୁଛି । ହତ୍ୟା, ଆତ୍ମହତ୍ୟା, ବଳାତ୍କାର, ଲୁଟ୍‌ ଭଳି ଘଟଣା ସାମନାକୁ ଆସୁଛି। ତେବେ ଏହାକୁ ରୋକିବାକୁ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ମିଶନ ଗଜ ।  ନିଶା ବେପାରୀ ଓ ନିଶାଡିଙ୍କୁ ଦମନ କରିବା ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ  କରାଯାଇଛି । ଜିଲ୍ଲାର ୧୭ଟି ଥାନାର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଛି। ବରଗଡର ପଞ୍ଚାୟତ କଲେଜପଡ଼ା, ଭଟଲି ରୋଡ଼ ଛକ, ହସ୍ପିଟାଲ ଛକ, ଥାନା ଛକ ଭଳି ବିଭିନ୍ନ ଦୋକାନରେ ବରଗଡ଼ ଏଏସପିଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ହୋଇଛି। ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଅନନ୍ତ ମୋଟାରୀ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe