କନକ ବ୍ୟୁରୋ: ରେଳଧାରଣାରେ ରିଲ୍ସ ପଡିଲା ମହଙ୍ଗା । ରେଳ ଧାରଣାରେ ସାଇରନ ବଜାଇ ମାଡିଆସୁଛି ରେଳ । ହେଲେ ନାବାଳକଙ୍କୁ  ରିଲ୍ସ ନିଶା ଏପରି ଘାରିଛି ଯେ ଜୀବନକୁ ପାଣି ଛଡାଇ ରେଳ ଧାରଣା ଉପରେ ଶୋଇରହିଛି । ଆଉ ଏସବୁ ଚିତ୍ରକୁ ବାହାରେ ରହି ମୋବାଇଲରେ ଭିଡିଓ କରିବାକୁ ସାଙ୍ଗକୁ କହିଛନ୍ତି । ସାଙ୍ଗ ବି ଅତି ଆରାମରେ ରେଳ ଧାରଣା ବାହାରେ ଛିଡାହୋଇ ସାଙ୍ଗର ଏହି ଦୃଶ୍ୟକୁ ମୋବାଇଲରେ କଏଦ କରୁଛି ।  

Advertisment

ତେବେ ରେଳ ଧାରଣାରେ ଶୋଇ ରିଲ୍ସ କରିବା ଘଟଣା ଦୁଇ ନାବାଳକଙ୍କୁ ମହଙ୍ଗା ପଡିଛି । ଏହି ଘଟଣାରେ ରେଲଓ୍ୱେ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟ  ପୁରୁଣାପାଣି ଷ୍ଟେସନ ନିକଟ ଡାଲୁପାଲିଠାରେ ଏଭଳି ବିପଦଜନକ ରିଲ୍ସ ସୁଟ୍ ହୋଇ ସୋସିଆଲ ମିଡିଆରେ ଅପଲୋଡ ହେବାପରେ ଘଟଣାକୁ ଗୁରୁତର ସହ ନେଇଛି ରେଳବାଇ ପୁଲିସ । ଏହି ଘଟଣାରେ ବୌଦ୍ଧ ଜିଲ୍ଲାର ଅଂଚଳର ଦୁଇଜଣ ନାବାଳକଙ୍କୁ ଉଠାଇ ଆଣିବା ସହ ବାଉଁଶୁଣି ଥାନା ରେ ଅଟକ ରଖି ପଚରା ଉଚୁରା କରୁଛି ରେଳବାଇ ପୁଲିସ ।