କନକ ବ୍ୟୁରୋ: ଢେଙ୍କାନାଳରେ କଙ୍ଗାରୁ କୋର୍ଟ । ପୋଲିସ ପରିବାରକୁ ବାସନ୍ଦ । ଢେଙ୍କାନାଳ ଅଉଖମା ଗାଁରେ ଏଭଳି ଘଟଣା ଘଟିଛି । ସରକାରୀ ଜାଗାରେ କେତୋଟି ଫୁଲ ଓ ତୁଳସୀ ଗଛ ଲଗାଇଥିବାରୁ ଗୋଟିଏ ପରିବାରକୁ ଗାଁଲୋକ ବାସନ୍ଦ କରିଦେଇଛନ୍ତି । ଉଭୟଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଛି ।
ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଆଉଖମା ଗାଁର ନିବାରଣ ବେହେରା । ନିବାରଣଙ୍କ ପୁଅ ଜଣେ ଅତିରିକ୍ତ ଏସପି । କିନ୍ତୁ ରାସ୍ତାକୁ ମାଡି ଯାଇଥିବା ଅଭିଯୋଗ ଆଣି ତାଙ୍କ ପରିବାରକୁ ଗାଁଲୋକ ବାସନ୍ଦ କରିଛନ୍ତି କ୍ଷ ମନ୍ଦିର, ଦୋକାନ, କୂଅ ବାରଣ ସହିତ କେହି ନମିଶିବାକୁ କୁହାଯାଇଛି । ପିଲାଙ୍କ ଟିଉସନ ମଧ୍ୟ ଗାଁଲୋକ ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି । ଗାଁ ରାସ୍ତାରେ କିଛି ଫୁଲ ଓ ତୁଳସୀ ଗଛ ଲଗାଇ ଥିବାରୁ ବାସନ୍ଦ କରାଯାଇଛି ।
ସେପଟେ ଗ୍ରାମବାସୀଙ୍କ ଅଭିଯୋଗ, ବେହେରା ପରିବାରରେ ପୋଲିସ ଅଫିସର ଥିବାରୁ ସେମାନଙ୍କୁ ଡରାଉଛନ୍ତି । ଭାଇମାନେ ଧମକ ଦେଉଥିବା ଗାଁ କମିଟି ସଭାପତି ଓ ସମ୍ପାଦକ କହିଛନ୍ତି । ଗତ ସେପ୍ଟେମ୍ବର ମାସରେ ଗାଁସଭାରେ ଏହି ପରିବାରକୁ ବାସନ୍ଦ ନିଷ୍ପତ୍ତି ନିଆଯାଇଛି । ଉଭୟ ପକ୍ଷ ଜିଲ୍ଲା ପ୍ରଶାସନ ଓ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ । ସାମାନ୍ୟ କେଇ ଫୁଟ୍ ଜାଗାରେ ଫୁଲ ଓ ତୁଳସୀ ଗଛ ପାଇଁ ଗୋଟିଏ ପରିବାରକୁ ଗ୍ରାମବାସୀଙ୍କ ବାସନ୍ଦ ନିଷ୍ପତ୍ତି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏବେ ପ୍ରଶାସନର ନ୍ୟାୟକୁ ଅପେକ୍ଷା ।