କନକ ବ୍ୟୁରୋ: ପୋଲିସ୍ କର୍ମଚାରୀ କଲେ ମୋବାଇଲ ଚୋରି । ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଗ୍ରାମରେ । ଅଡବା ଥାନାରେ କାର୍ଯ୍ୟରତ ଥିବା ପୋଲିସ କନେଷ୍ଟବଲ ମୋହନ ରାଓ ୨୦ ତାରିଖ ସନ୍ଧ୍ୟା ସମୟରେ ଏକ ମୋବାଇଲ୍ ଦୋକାନକୁ ଯାଇଥିଲେ । ଦୋକାନରେ ଥିବା ଯୁବକ ଦାମୀ ମୋବାଇଲ୍ ଦେଖାଇବା ପାଇଁ କହିଥିଲେ । ଯୁବକ ଜଣକ ମୋବାଇଲ୍ ଦେଖାଇବାରେ ବ୍ୟସ୍ତ ଥିବା ସମୟରେ ଏକ ମୋବାଇଲକୁ ଜ୍ୟାକେଟରେ ପୂରାଇ ଦେଇଥିଲେ । ଆଉ ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ବଡ଼ କଥା ହେଉଛି, ଚୋରି ପରେ ଦୋକାନରେ କାର୍ଯ୍ୟ କରୁଥିବା ଯୁବକଙ୍କୁ ଦୋକାନୀ ମାଲିକଙ୍କ ଜରିଆରେ ଡାକି ନେଇ ପୋଲିସ୍ ବାବୁମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।