କନକ ବ୍ୟୁରୋ: ରାଉରକେଲା ପୋଲିସକୁ ମିଳିଲା ସଫଳତା । ଲୁଟ୍‌ ଟଙ୍କା ଫେରି ପାଇଲେ ଲୁଟ୍‌ର ଶୀକାର ବ୍ୟକ୍ତି । ଘଟଣାରେ ଜଣଙ୍କୁ ଗିରଫ କରିବା ସହ ଲୁଟ୍‌ ଟଙ୍କା ଉଦ୍ଧାର କରିଛି ପୋଲିସ । ଘଟଣାର ମାଷ୍ଟରମାଇଣ୍ଡ ଏବେବି ଫେରାର୍‌ ଅଛି । ଜାନୁଆରୀ ୯ ତାରିଖରେ ଝିଅ ବାହାଘର ପାଇଁ ସେକ୍ଟର୧୯ ଅଞ୍ଚଳରେ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ, ଦୁଇଜଣ ଲୁଟେରା ବାଇକ୍‌ରେ ଆସି ଦିନ ଦ୍ବିପହରେ ୫ଲକ୍ଷ ଟଙ୍କା ଝାମ୍ପି ନେଇଥିଲେ । ଲୁଟର ଶିକାର ବ୍ୟକ୍ତି ଜଣକ ହେଉଛନ୍ତି ପୂର୍ବତନ ପୁଲିସ କର୍ମଚାରୀ ସୁଶୀଲ ମାଝି ।

Advertisment

ଏହି ଘଟଣାରେ ବିହାରୀ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଜାଣିବା ପରେ, ପୋଲିସ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିଲା  । ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଯାଇ ଖୋଳତାଡ଼ କରିଥିଲା । ଏହି ଗ୍ୟାଙ୍ଗର ଚେର ବିହାର ଯାଏଁ ଲମ୍ୱିଛି । ଏମାନଙ୍କ ଟାର୍ଗେଟରେ ବିଭିନ୍ନ ବ୍ୟାଙ୍କ ରହିଥାଏ । ଟଙ୍କା ଉଠାଇ ଫେରୁଥିବା ବ୍ୟକ୍ତିଙ୍କୁ ଏମାନେ ଟାର୍ଗେଟ କରନ୍ତି । ତେବେ ପୋଲିସ ଜଣେ ଲୁଟେରାକୁ ଧରିବାରେ ସଫଳ ହୋଇଛି, କିନ୍ତୁ ମାଷ୍ଟର ମାଇଣ୍ଡ ଏବେବି ଫେରାର ଅଛି । ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେ ଦିଗରେ ପୋଲିସ ତଦନ୍ତ ଚଳାଇଛି ।