କନକ ବ୍ୟୁରୋ :  ମଦ ପିଇ ଚଳାଉଛନ୍ତି ପୋଲିସ ପାଟ୍ରୋଲିଂ ଭ୍ୟାନ । ପୁଲିସ ଗାଡି ଦୁର୍ଘଟଣା ଘଟି ଡ୍ରାଇଭରଙ୍କ ସହ ତିନିଜଣ ପୋଲିସ କର୍ମଚାରୀ ଗୁରୁତର । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ପୁଲିସ ଗାଡି ଦୁର୍ଘଟଣାଗ୍ରସ୍ତ ।  ତିନି ପୋଲିସ ଅଧିକାରୀ ଗୁରୁତର ହୋଇଛନ୍ତି । ଜଗଦଳପୁର ଥାନାର ଚାରିଜଣ ପୋଲିସ କର୍ମଚାରୀ ଓ ଡ୍ରାଇଭର ସନ୍ଧ୍ୟା ପୋଟ୍ରୋଲିଂ ଯିବା ସମୟରେ ଧଉରାଭଟା ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଥାନା ଗାଡି ଡ୍ରାଇଭର ମଦ୍ୟପାନ କରି ଗାଡି ଚଲାଉଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଇଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ରହିଥିବା ବେଳେ ତିନିଜଣ ପୋଲିସ କର୍ମଚାରୀ ଗୁରୁତର ଅଛନ୍ତି ।

Advertisment