ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରତି ମେଡିକାଲ କଲେଜରେ ଖୋଲିବ ପୋଲିସ ଆଉଟପୋଷ୍ଟ ; ପ୍ରତି ପଞ୍ଚାୟତରେ ଖୋଲିବ ଆରୋଗ୍ୟ ମନ୍ଦିର

Advertisment

ଆର.ଜି କର ମେଡିକାଲ କଲେଜ ଘଟଣାକୁ ବିଧାନସଭାରେ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ନିନ୍ଦା । କହିଲେ, ଗଠିତ ହୋଇଛି ଟାସ୍କଫୋର୍ସ ।ରାଜ୍ୟର ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରତି ମେଡିକାଲ କଲେଜରେ ଖୋଲିବ ପୋଲିସ ଆଉଟପୋଷ୍ଟ ।୨୦ ମିନିଟରେ ପହଞ୍ଚିବ ଆମ୍ବୁଲାନ୍ସ ।

ଆର.ଜି କର ମେଡିକାଲ କଲେଜ ଘଟଣାକୁ ବିଧାନସଭାରେ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ନିନ୍ଦା । କହିଲେ, ଗଠିତ ହୋଇଛି ଟାସ୍କଫୋର୍ସ ।ରାଜ୍ୟର ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରତି ମେଡିକାଲ କଲେଜରେ ଖୋଲିବ ପୋଲିସ ଆଉଟପୋଷ୍ଟ ।୨୦ ମିନିଟରେ ପହଞ୍ଚିବ ଆମ୍ବୁଲାନ୍ସ ।

ayusman

କନକ ବ୍ୟୁରୋ:  ସ୍ୱାସ୍ଥ୍ୟ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିବୃତି।  ଆରଜି କର ମେଡିକାଲ କଲେଜ ଘଟଣାକୁ ନେଇ ନିନ୍ଦା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟେ ଟାସ୍କଫୋର୍ସ ଗଠନ କରାଯାଇଛି  । ଯେଉଁ ଟ୍ୟାକ୍ସଫୋର୍ସ କାମ କରୁଥିବା ଡାକ୍ତର ମାନଙ୍କର ସୁରକ୍ଷାକୁ ଦୃଷ୍ଟି ଦେବେ । ସମସ୍ତ କାର୍ୟ୍ୟ କରୁଥିବା ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଏହାସହ ସବୁ ମେଡ଼ିକାଲ କଲେଜରେ ପୋଲିସ ଆଉଟ ପୋଷ୍ଟ ଖୋଲିବେ ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ। ଏହାବାଦ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ନୂଆ ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛନ୍ତି ମୋହନ ସରକାର। 

ସବୁ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର: 
-    ସବୁ ପଞ୍ଚାୟତ ହେଡକ୍ୱାର୍ଟରରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ
-    ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ସରିବ,  ଏହି ସ୍ଥାନରେ ଜଣେ ଯୋଗ ଶିକ୍ଷକ ଏବଂ ମେଡ଼ିକାଲ ଷ୍ଟାଫ ରହିବେ 
-    ସମ୍ବଲପୁର ଠାରେ ଦ୍ୱିତୀୟ ଏମ୍ସ ଖୋଲିବ,  ଖୁବଶୀଘ୍ର ଏ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା 
-    ବିଏସକେୱାଇରେ ରାଜ୍ୟ ତଥା ରାଜ୍ୟ ବାହାରେ ୯୦୦ ହସ୍ପିଟାଲରେ ଚିକିତ୍ସା ମିଳୁଥିଲା, ଆୟୁଷ୍ମାନରେ ୨୭୦୦୦                ହସ୍ପିଟାଲରେ ମିଳିବ ଚିକିତ୍ସା 
-    ଆୟୁଷ୍ମାନ ଲାଗୁ ହେବା ଦ୍ୱାରା  ଓଡିଶା ୬୦୦ କୋଟିର ଆର୍ଥିକ ଲାଭ ପାଇବ
-    ମୋହନ ସରକାରରେ  ଯାଜପୁରରେ ମେଡ଼ିକାଲ କଲେଜ ଆରମ୍ଭ ହେବ
-    ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ ଆମେ ଆରମ୍ଭ ହେବ, ଡିଜିଟାଲ ଜରିଆରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇବେ 
-    ୫୫ ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଡାଇଲିସିସି ବ୍ୟବସ୍ଥା ରହିବ 
-    ୩୦ ମିନିଟ ବଦଳରେ ୨୦ ମିନିଟରେ ପହଞ୍ଚିବ ଆମ୍ବୁଲାନ୍ସ
-    ବାଲେଶ୍ଵର, ମୟୁରଭଞ୍ଜ, କୋରାପୁଟ, ପୁରୀ, ଯାଜପୁର ଭଳି ସ୍ଥାନରେ ନୂଆ ମେଡ଼ିକାଲ କଲେଜ ସହିତ ନୂଆ ନର୍ସିଂ           କଲେଜକୁ ଯୋଡ଼ାଯିବ 
-    ଓଡିଶା ହେଲଥ ବିଶ୍ୱ ବିଦ୍ୟାଳୟ ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ହେବ 
-    ମେଡ଼ିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆରେ ହେବ 
-    ଖୁବଶୀଘ୍ର ୩୦୦ ଡାକ୍ତର ଓ ପାରା ମେଡ଼ିକାଲ ଷ୍ଟାଫ ନିଯୁକ୍ତି ଦିଆଯିବ  
-    ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗକୁ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe