ସାବାଡ଼ ହେବେ ପୁଲିସ ବାବୁ; ବ୍ୟବହାର ଖରାପ କଲେ ସସ୍‌ପେଣ୍ଡ

Advertisment

ରାଜ୍ୟରେ ବଢୁଥିବା ଅପରାଧକୁ ନେଇ ନିଆଁବାଣ ମୁଖ୍ୟମନ୍ତ୍ରୀ। ଥାନା ଭିତରେ ଲୋକଙ୍କୁ ଖରାପ ବ୍ୟବହାର ହେଉ କିମ୍ୱା ଥାନାବାବୁଙ୍କ ଦାଦାଗିରି। ରାଜଧାନୀରେ ମୁଣ୍ଡ-ଗଣ୍ଡି ଅଲଗା କରିବା ଘଟଣା ହେଉ, କିମ୍ୱା ଆପାର୍ଟମେଣ୍ଟରୁ ଚୋରି।

ରାଜ୍ୟରେ ବଢୁଥିବା ଅପରାଧକୁ ନେଇ ନିଆଁବାଣ ମୁଖ୍ୟମନ୍ତ୍ରୀ। ଥାନା ଭିତରେ ଲୋକଙ୍କୁ ଖରାପ ବ୍ୟବହାର ହେଉ କିମ୍ୱା ଥାନାବାବୁଙ୍କ ଦାଦାଗିରି। ରାଜଧାନୀରେ ମୁଣ୍ଡ-ଗଣ୍ଡି ଅଲଗା କରିବା ଘଟଣା ହେଉ, କିମ୍ୱା ଆପାର୍ଟମେଣ୍ଟରୁ ଚୋରି।

ସାବାଡ଼ ହେବେ ପୁଲିସ ବାବୁ

ସାବାଡ଼ ହେବେ ପୁଲିସ ବାବୁ Photograph: (KanakNews )

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ଅପରାଧକୁ ନେଇ ନିଆଁବାଣ ମୁଖ୍ୟମନ୍ତ୍ରୀ। ଥାନା ଭିତରେ ଲୋକଙ୍କୁ ଖରାପ ବ୍ୟବହାର ହେଉ କିମ୍ୱା ଥାନାବାବୁଙ୍କ ଦାଦାଗିରି। ରାଜଧାନୀରେ ମୁଣ୍ଡ-ଗଣ୍ଡି ଅଲଗା କରିବା ଘଟଣା ହେଉ, କିମ୍ୱା ଆପାର୍ଟମେଣ୍ଟରୁ ଚୋରି। ସମ୍ୱଲପୁରରେ ଦୁଇ ଦୁଇଜଣ ବିଜେପି କର୍ମୀଙ୍କୁ ହତ୍ୟା ଘଟଣା, ମହିଳା, ଶିଶୁଙ୍କ ଉପରେ ନିର୍ଯାତନା, କିମ୍ୱା ଦୁଷ୍କର୍ମ ଘଟଣା। ମଞ୍ଚ ଉପରୁ ହୁଗୁଳା ଆଇନ ବ୍ୟବସ୍ଥାର ପୋଲ୍ ଖୋଲିଛନ୍ତି ମୋହନ ମାଝୀ। ଏପରିକି ନିଜେ ଭୁକ୍ତଭୋଗୀ ହୋଇ କିଭଳି ହେଲ୍ପଡେସ୍କରେ ହତାଶ ହୋଇଥିଲେ ସେହି କାହାଣୀ କହିଛନ୍ତି ମୁଖ୍ୟମନ୍ତ୍ରୀ। ଯଦି ଜନ ପ୍ରତିନିଧିଙ୍କୁ ଏଭଳି ବ୍ୟବହାର କରାଯାଉଛି ତାହା ହେଲେ, ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। 

  • ନିଜେ ଗୃହ ବିଭାଗ ଦାୟିତ୍ୱରେ ଥାଇ ବି ମଞ୍ଚ ଉପରୁ ପୁଲିସର ଧଜିଆ ଉଡ଼ାଇଛନ୍ତି
  • ଡିଜିପିଙ୍କୁ ସଫାସଫା କହିଛନ୍ତି, ଏଭଳି ଅବହେଳାକୁ ଆଗକୁ ବରଦାସ୍ତ କରାଯିବନି 
  • ଅଧିକାରୀ ଅଭିଯୋଗ ଗ୍ରହଣ ନକଲେ ସଙ୍ଗେସଙ୍ଗେ ସସ୍‌ପେଣ୍ଡ କରିବାକୁ ନିର୍ଦ୍ଦେଶ

ଅସହାୟ ଲୋକଟିଏ ନିଜ ଥାନା ଅଧିନରୁ ଅନ୍ୟ ଏକ ଥାନାକୁ ଯିବା ବେଳେ, ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ଥାନାର ପରିଧି ଭିତରେ ଘଟଣାଟି ନ ଆସୁଥିଲେ ମଧ୍ୟ ଏଫଆଇଆର୍ କରିବାର ନିୟମ ରହିଛି। ଏହି ଜିରୋ ଏଫଆଇଆରର ନିୟମ ଥାଇ ମଧ୍ୟ କରିତକର୍ମା ଅଫିସରମାନେ କିଭଳି ଅଭିଯୋଗ ଗ୍ରହଣ କରନ୍ତି ନାହିଁ, ସେ ବାବଦରେ ରୋକଠୋକ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏପରିକି ରାଜଧାନୀରେ ଚୋରି ବଢୁଛି, ଏକୁଟିଆ ଘରଛାଡ଼ି ବାହାରକୁ ଯାଉଥିବା ଲୋକଙ୍କ ଘର ଜଗିବା ଦାୟିତ୍ୱ ପୁଲିସର ବୋଲି ବୁଝାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

  • ବାହାରକୁ ଗଲେ ଘର ଜଗିବ ପୁଲିସ
  • ଜିରୋ ଏଫଆଇଆର ପାଇଁ କରିବାକୁ ପଡ଼ିବନି ସାଲିସ୍‌

ଗୃହ ବିଭାଗକୁ ସୁଦୃଢ କରିବା ସହ ପୁଲିସକୁ ଶକ୍ତିଶାଳୀ କରିବାକୁ ପ୍ରୟାସ ଆରମ୍ଭ କରାଯାଉଛି। ପୁରୁଣା ଗାଡି ସ୍ଥାନରେ ଥାନା ଅଧିକାରୀଙ୍କୁ ସ୍ପର୍ପିଓ ଗାଡି ଦେବାକୁ ଯୋଜନା କରିଛନ୍ତି ସରକାର। ମାର୍ଚ୍ଚ ମାସ ଶେଷ ସୁଦ୍ଧା ୫୭୯ ଥାନାରେ ସ୍ପର୍ପିଓ ଦେବାକୁ ଯୋଜନା କରିଛି ପୁଲିସ ବିଭାଗ। ତେବେ ଦେଖିବାର କଥା, ଥାନାକୁ ଯାଉଥିବା ଲୋକଙ୍କୁ କିଭଳି ବ୍ୟବହାର ଦେଖାଉଛି ପୁଲିସ । ଆଉ ମୁଖ୍ୟମନ୍ତ୍ରୀଙ୍କ କଥାକୁ କେମିତି ପାଳନ କରୁଛନ୍ତି ପୋଲିସ ବାବୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe