ଗାଈଙ୍କ ମୃତଦେହ ଦେଖି କାନ୍ଦି ପକାଇଲେ ଥାନା ଅଧିକାରୀ: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଖଇରା ନିକଟରେ ଅଭାବନୀୟ ଘଟଣା

ସୂଚନା ଅନୁସାରେ, ଗତକାଲି ରାତିରେ ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ଅଞ୍ଚଳରୁ ଏକ କଣ୍ଟେନରରେ ବେଆଇନ ଭାବେ ଦୁଇ ଶହରୁ ଅଧିକ ଗୋରୁ କୋଲକାତାକୁ ଚୋରା ଚାଲାଣ ହେଉଥିବା ବେଳେ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା ରାତି ଦୁଇଟା ବେଳେ ବେଣାପୁର ନିକଟରୁ ଜବତ କରି ନିଜ ହେପାଜକୁ ଆଣିଥିଲେ ।

30

Photograph: (kanak news)

କନକ ବ୍ୟୁରୋ: ଗୋରୁଙ୍କ ମୃତଦେହ ଦେଖି କାନ୍ଦି ପକେଇଲେ ଥାନା ଅଧିକାରୀ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଖଇରା ନିକଟରେ । ସୂଚନା ଅନୁସାରେ, ଗତକାଲି ରାତିରେ ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ଅଞ୍ଚଳରୁ ଏକ କଣ୍ଟେନରରେ ବେଆଇନ ଭାବେ ଦୁଇ ଶହରୁ ଅଧିକ ଗୋରୁ କୋଲକାତାକୁ ଚୋରା ଚାଲାଣ ହେଉଥିବା ବେଳେ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରା ରାତି ଦୁଇଟା ବେଳେ ବେଣାପୁର ନିକଟରୁ ଜବତ କରି ନିଜ ହେପାଜକୁ ଆଣିଥିଲେ । ତେବେ ମଙ୍ଗଳବାର ସକାଳକୁ ଖଇରା ପଡିଆରେ ଗୋରୁ ଗୁଡ଼ିକୁ କଣ୍ଟେନରରୁ ବାହାର କରାଯିବା ପରେ ୩୦ରୁ ଊର୍ଦ୍ଧ୍ବ ଗାଈ ମୃତ୍ୟୁ ବରଣ କରିଥିବା ଦେଖି ଭାବପ୍ରବଣ ହେବା ସହ କାନ୍ଦି ପକାଇଥିଲେ । ତେବେ ଅସୁସ୍ଥ ଥିବା ଗାଈ ଗୁଡ଼ିକର ଚିକିତ୍ସା କରାଯିବା ସହ ସାଲାଇନ ଦିଆଯାଇଛି । ତେବେ ଏତେ ସଂଖ୍ୟକ ଗାଈଙ୍କ ମୃତ୍ୟୁ ଦେଖି ନିଜର କୋହ ରୋକିପାରିନଥିବା କହିଛନ୍ତି ଆଇଆଇସି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe