କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଜଣେ ମହିଳା କୁଦାନଗରୀ ଥାନାରେ କାର୍ଯ୍ୟରତ ଅଜୟ ସାହୁ ନାମକ ଜଣେ ହାବିଲଦାରଙ୍କ ବିରୁଦ୍ଧରେ ଆଣିଛନ୍ତି ସଙ୍ଗିନ ଅଭିଯୋଗ । ମହିଳାଙ୍କୁ ପ୍ରେମ ନିବେଦନ କରିବା ସହିତ ଅଶ୍ଳୀଳ ଇଙ୍ଗିତ, ଚରିତ୍ର ସଂହାର, ମାଡ଼ ମାରିବା ଅଭିଯୋଗ ଆଣିଛନ୍ତି ସଂପୃକ୍ତ ମହିଳା । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ଥାନାରେ ମହିଳାଜଣଙ୍କ ଅଭିଯୋଗ କରିବାପରେ ପୁଲିସ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ ।
ସୁଚନା ମୁତାବକ, ପ୍ରାୟ ସାତବର୍ଷ ପୂର୍ବରୁ ମହିଳା ଜଣଙ୍କର ମାର୍ଶାଘାଇ ଥାନାରେ ପାରିବାରକ ଘଟଣାକୁ ନେଇ ଏକ କେସ୍ ହୋଇଥିଲା । ସେଇଦିନଠାରୁ ହାବିଲଦାର ଜଣଙ୍କ ମହିଳାଙ୍କର ମୋବାଇଲ ନମ୍ବର ରଖି ଶୁକ୍ରବାର ଠାରୁ ତାଙ୍କ ନିକଟକୁ ବାରମ୍ବାର ଫୋନ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ମହିଳା । ଏବେ ହାବିଲଦାର ଜଣଙ୍କ କୁଦାନଗରୀ ଥାନାରେ କାର୍ଯ୍ୟରତ ଅଛନ୍ତି । ଗତଗତ ଶୁକ୍ରବାର ଦିନ ବଜାର ନିକଟରେ ଏକ ନିଛାଟିଆ ସ୍ଥାନରେ ମହିଳାଙ୍କୁ ଏକୁଟିଆ ଦେଖି ଅଶ୍ଳୀଳ ଇଙ୍ଗିତ କରିବା ସହିତ ଟଣା ଓଟରା କରିଥିଲେ । ଖାଲି ସେତିକି ନୁହେଁ ମାଡ଼ମାରି ତଣ୍ଟିଚିପି ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ।
ଏନେଇ ମହିଳା ଜଣଙ୍କ ମାର୍ଶାଘାଇ ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ । ମହିଳା ଜଣଙ୍କ ନ୍ୟାୟ ଦାବିକରିବା ସହିତ ଅଭିଯୁକ୍ତ ହାବିଲଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।