ଚୋର ଧରିବାକୁ ଯାଇ ଛେଚା ଖାଇଲେ ପୋଲିସ ; ନିସ୍ତୁକ ପିଟିଲେ ଗାଁ ମହିଳା

ଚୋର ଧରିବାକୁ ଯାଇ ମାଡ଼ ଖାଇଲା ପୁଲିସ । କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ଚୋର ସହ ଚୋରି ବାଇକ ଛଡ଼ାଇ ନେଲେ । ପୁଲିସ ଗାଡ଼ି ଭାଙ୍ଗିଲେ ମହିଳା ।

Police Beaten+++

Police Beaten+++ Photograph: (KanakNews)

କନକ ବ୍ୟୁରୋ: ଯାଜପୁର କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ଚୋରି ବାଇକ୍‌ ଜବତ କରିବାକୁ ଯାଇଥିବା ବେଳେ ଥାନା କର୍ମଚାରୀଙ୍କ ସହ ଆଇଆଇସି ରାକେଶ ତ୍ରିପାଠୀଙ୍କୁ ଆକ୍ରମଣ । ପୋଲିସ ଜବତ କରିଥିବା ଗାଡ଼ି ଛଡ଼ାଇ ନେଇଛନ୍ତି ତେଲେଙ୍ଗା ବସ୍ତିର କିଛି ମହିଳା । ପୋଲିସ କବଜାରୁ ଅଭିଯୁକ୍ତକୁ ଛଡ଼ାଇ ନେବା ସହ ପୋଲିସ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି । ମହିଳାଙ୍କ ଆକ୍ରମଣରେ କୋରେଇ ଥାନା ଅଧିକାରୀ ଆହତ ହୋଇଛନ୍ତି । କୁଆଖିଆ ଥାନା ଅଞ୍ଚଳରୁ ଏକ ବାଇକ୍‌ ଚୋରି ନେଇ ଅଭିଯୋଗ ଆସିଥିଲା । ଘଟଣାର ତଦନ୍ତ କରି ଚୋରି ବାଇକକୁ ଜବତ କରିବା ପାଇଁ କନ୍ତର ପଞ୍ଚାୟତ ତେଲେଙ୍ଗା ବସ୍ତି ନିକଟ ହାଟ ପଡ଼ିଆକୁ ଯାଇଥିଲେ ଥାନା ଅଧିକାରୀ । ଏହି ସମୟରେ ସ୍ଥାନୀୟ କିଛି ମହିଳା ପୋଲିସକୁ ଆକ୍ରମଣ କରିଥିବା ଜଣାପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe