କନକ ବ୍ୟୁରୋ: ଯାଜପୁର କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ଚୋରି ବାଇକ୍ ଜବତ କରିବାକୁ ଯାଇଥିବା ବେଳେ ଥାନା କର୍ମଚାରୀଙ୍କ ସହ ଆଇଆଇସି ରାକେଶ ତ୍ରିପାଠୀଙ୍କୁ ଆକ୍ରମଣ । ପୋଲିସ ଜବତ କରିଥିବା ଗାଡ଼ି ଛଡ଼ାଇ ନେଇଛନ୍ତି ତେଲେଙ୍ଗା ବସ୍ତିର କିଛି ମହିଳା । ପୋଲିସ କବଜାରୁ ଅଭିଯୁକ୍ତକୁ ଛଡ଼ାଇ ନେବା ସହ ପୋଲିସ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି । ମହିଳାଙ୍କ ଆକ୍ରମଣରେ କୋରେଇ ଥାନା ଅଧିକାରୀ ଆହତ ହୋଇଛନ୍ତି । କୁଆଖିଆ ଥାନା ଅଞ୍ଚଳରୁ ଏକ ବାଇକ୍ ଚୋରି ନେଇ ଅଭିଯୋଗ ଆସିଥିଲା । ଘଟଣାର ତଦନ୍ତ କରି ଚୋରି ବାଇକକୁ ଜବତ କରିବା ପାଇଁ କନ୍ତର ପଞ୍ଚାୟତ ତେଲେଙ୍ଗା ବସ୍ତି ନିକଟ ହାଟ ପଡ଼ିଆକୁ ଯାଇଥିଲେ ଥାନା ଅଧିକାରୀ । ଏହି ସମୟରେ ସ୍ଥାନୀୟ କିଛି ମହିଳା ପୋଲିସକୁ ଆକ୍ରମଣ କରିଥିବା ଜଣାପଡ଼ିଛି ।
ଚୋର ଧରିବାକୁ ଯାଇ ଛେଚା ଖାଇଲେ ପୋଲିସ ; ନିସ୍ତୁକ ପିଟିଲେ ଗାଁ ମହିଳା
ଚୋର ଧରିବାକୁ ଯାଇ ମାଡ଼ ଖାଇଲା ପୁଲିସ । କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ଚୋର ସହ ଚୋରି ବାଇକ ଛଡ଼ାଇ ନେଲେ । ପୁଲିସ ଗାଡ଼ି ଭାଙ୍ଗିଲେ ମହିଳା ।
/kanak/media/media_files/2025/03/30/9bx7p0xkdnbF3FQzZLf9.jpg)