Photograph: (kanaknews)
କନକବ୍ୟୁରୋ : ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ଗୁଳିବିନିମୟ। ଟପ ମାଓନେତା ଗଣେଷ ଉଇକେ ସମେତ ୪ ମାଓବାଦୀ ନିପାତ। ଓଡ଼ିଶାରେ ଗଣେଶ ନେଉଥିଲା ନେତୃତ୍ବ । ୬୯ ବର୍ଷୀୟ ଗଣେଶର ମୁଣ୍ଡ ଉପରେ ଥିଲା ଏକ କୋଟି ୧୦ଲକ୍ଷର ପୁରସ୍କାର। ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ୍। ୨୦ ଏସ୍ଓଜି, ୨ସିଆରପିଏଫ୍ ଓ ଗୋଟିଏ ବିଏସ୍ଏଫ୍ ଟିମ୍ ସର୍ଚ୍ଚ ଅପରେସନ୍ରେ ନିୟୋଜିତ ଅଛନ୍ତି। ୨ଟି ଇନ୍ସାସ୍ ରାଇଫଲ୍, ଗୋଟିଏ ଥ୍ରି ନଟ୍ ଥ୍ରି ରାଇଫଲ୍ ଜବତ କରାଯାଇଛି। ସମସ୍ତ ମୃତ ମାଓବାଦୀ ତେଲେଙ୍ଗାନାର ହୋଇଥିବା ସୂଚନା ।
ଭଦ୍ରକ ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣା : ରେଡଫ୍ଲାଗରେ ହେଲା ଅନ୍ତର୍ଭୁକ୍ତ
ଏସବୁ ଭିତରେ ପୁଲିସ ଡିଜି କହିଛନ୍ତି, ମାଓବାଦୀଙ୍କ ମେରୁଦଣ୍ଡ ଭଙ୍ଗାଯାଇଛି। ମାଓବାଦୀ ମାନେ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ। ଏସବୁ ଭିତରେ ଦେଶର ଗୃହମନ୍ତ୍ରୀ ବଡ ବୟାନ ରଖିଛନ୍ତି, ନକ୍ସଲବାଦରୁ ମୁକ୍ତ ହେବାର ଦ୍ବାରଦେଶରେ ରହିଛି ଓଡ଼ିଶା। ଖୁବଶୀଘ୍ର ଓଡ଼ିଶା ମାଓମୁକ୍ତ ହେବ। ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ଭାରତ ପାଇଁ ଲକ୍ଷ୍ୟ ରଖାଯାଇଛି।
ମାଓ ନେତା ଗଣେଶ କିଏ?
ମାଓ ଅପରେସନ୍ରେ ଟଳିଲା ମୋଷ୍ଟ ୱାଣ୍ଟେଡ୍ ମାଓ ନେତା
ଗଣେଶ ଉଇକେ, ବୟସ- ୬୯ ବର୍ଷ
ଜାତୀୟ କମିଟିର ସକ୍ରିୟ ସଦସ୍ୟ
ଓଡ଼ିଶାରେ ଥିଲା ନକ୍ସଲ ମୁଖିଆ
ତେଲେଙ୍ଗାନା, ନାଲଗୋଣ୍ଡା ଜିଲ୍ଲା ପୁଲ୍ଲେମାଳାର ମୂଳ ବାସିନ୍ଦା
ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଜଙ୍ଗଲରେ ଥିଲା ସକ୍ରିୟ
ମାଓ ନେତା ଗଣେଶ ମୁଣ୍ଡରେ ଥିଲା ୧ କୋଟି ୧୦ ଲକ୍ଷର ପୁରସ୍କାର
Follow Us