କନକ ବ୍ୟୁରୋ: ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ଚିହ୍ନା ପରିଚୟ। ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଏସ୍‌ଆଇ ଅମିତ ପାଢ଼ୀ । ବାଲେଶ୍ବର ଜିଲ୍ଲା ବାଲିଆପାଳ ରତେଇ ଗାଁର ଅମିତ ପୁରୀରେ ଏସ୍‌ଆଇ ଥିବା ସମୟରେ ନାବାଳିକାଙ୍କ ପରିବାର ଲୋକଙ୍କ ଅଗୋଚରରେ ବାଲ୍ୟ ବିବାହ କରିଥିଲେ । ଆଉ ବିବାହର ଦୁଇ ମାସ ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ସ୍ବାମୀ, ଶାଶୂ ଓ ଶଶୁର ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରି ବୋହୂଙ୍କୁ ଘରୁ ତଡ଼ି ଦେଇଥିବାର ସଙ୍ଗିନ ଅଭିଯୋଗ ହୋଇଛି ଜଗତସିଂହପୁର ସଦର ଥାନାରେ। ୪ ମାସ ହେଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା’।

Advertisment

ଘଟଣା ସମ୍ପର୍କରେ ଗତ ଏପ୍ରିଲ ମାସ ଅଭିଯୋଗ କରିଥିଲେ ପରିବାର ଲୋକେ। ଅଭିଯୋଗ ଆଧାରରେ ପୁଲିସ ଦୁଷ୍କର୍ମ ଏବଂ ନିର୍ଯାତନା ନେଇ ମାମଲା ରୁଜୁ କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ଚାର୍ଜସିଟ ଦାଖଲ କରିନଥିବା ପୀଡ଼ିତା ଓ ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଏସ୍‌ଆଇ ଅମିତ ପାଢ଼ୀ ବାପା ମଧ୍ୟ ଜଣେ ପୁଲିସ ଅଧିକାରୀ ଥିଲେ। ତେଣୁ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି। ଘଟଣା ଉପରେ ପ୍ରତିକ୍ରିୟା ରଖି ଜଗତସିଂହପୁର ଏସ୍‌ପି କହିଛନ୍ତି, ଅମିତ ପାଢ଼ୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। କିନ୍ତୁ ସେ ଫେରାର ଅଛନ୍ତି।  

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ପାଇଁ ଆଇନ କ’ଣ ଅଲଗା କି?
ଘଟଣାକୁ ୪ ମାସ ବିତିଯାଇଥିଲେ କାହିଁକି ଅଭିଯୁକ୍ତ ଏସ୍‌ଆଇଙ୍କୁ ଧରିପାରୁନି ପୁଲିସ?
ଜାଣିଶୁଣି ଅଭିଯୁକ୍ତଙ୍କୁ ଖସାଇ ଦେବାକୁ ଚେଷ୍ଟା କରୁଛି କି ଜଗତସିଂହପୁର ପୁଲିସ?