ପରୀକ୍ଷା କେଳେଙ୍କାରୀ, ବଢ଼ୁଛି ଗିରଫଦାରୀ; ବନ୍ଧା ହେଲା ଶଙ୍କର ପୃଷ୍ଟିର ଡାହାଣ ହାତ ବିଶ୍ୱରଞ୍ଜନ

ପ୍ରଶ୍ନପତ୍ର କେଳେଙ୍କାରୀକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଆସନ୍ତା ୬ ତାରିଖରେ ଆନ୍ଦୋଳନ ଚେତାବନୀ ଦେଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ । ହେଲେ ବିଜେପି ପୁଣି ପୂର୍ବ ସରକାରଙ୍କୁ ଦୋଷ ଦେଇଛି ।

SI Exam Case

Photograph: (Kanak News)

କନକ ବ୍ୟୁରୋ : ଆଶାୟୀ ପରୀକ୍ଷାର୍ଥୀଙ୍କ ସହ ଯୋଗାଯୋଗ କରି ପ୍ରଶ୍ନପତ୍ର ଯୋଗାଇବା ଲୋଭ ଦେଖାଇ ବିଶ୍ୱରଞ୍ଜନ ଯୋଗାଡ଼ କରୁଥିଲା ଅରିଜିନାଲ ସାର୍ଟିଫିକେଟ୍‌ ଓ ବ୍ଲାଙ୍କଚେକ୍ । ପରେ ଏସବୁକୁ ସିଣ୍ଡିକେଟ୍ ମୁଖ୍ୟଙ୍କୁ ପଠାଉଥିଲା । ୧୪ ଘଣ୍ଟାର ମାରାଥନ ଜେରା ପରେ ବିଶ୍ୱରଞ୍ଜନଙ୍କୁ ଗିରଫ କରି କ୍ରାଇମ୍‌ବ୍ରାଞ୍ଚ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ମୁଖ୍ୟ ଅଭିଯୁକ୍ତ ପାଖରେ ପହଞ୍ଚିବା ଚ୍ୟାଲେଞ୍ଜ ହୋଇଛି । ଏହାରି ଭିତରେ ପରୀକ୍ଷା କେଲେଙ୍କାରୀ ଘଟଣାରେ ଓପିଆରବିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।

ଏପଟେ ପ୍ରଶ୍ନପତ୍ର କେଳେଙ୍କାରୀକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଆସନ୍ତା ୬ ତାରିଖରେ ଆନ୍ଦୋଳନ ଚେତାବନୀ ଦେଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ । ହେଲେ ବିଜେପି ପୁଣି ପୂର୍ବ ସରକାରଙ୍କୁ ଦୋଷ ଦେଇଛି । ପୂର୍ବ ସରକାରରେ ଏମିତି ଅନେକ ଜାଲିଆତି ହୋଇଥିବା କହିଛି ଦଳ ।

ଜେଲରେ ପିଲାଙ୍କୁ ଭେଟିବାକୁ ପରିବାର ଲୋକଙ୍କ ଭିଡ଼ । ପରୀକ୍ଷାର୍ଥୀଙ୍କ ବଦଳରେ ସିଣ୍ଡିକେଟ୍‌ ମୁଖ୍ୟଙ୍କୁ ଧରିବାକୁ ଦାବି ଜୋର ଧରିଛି । ହେଲେ ଏବେ ବି ମାଷ୍ଟର ମାଇଣ୍ଡ ପାଖରେ ପହଞ୍ଚି ପାରିନି ତଦନ୍ତକାରୀ ସଂସ୍ଥା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe