ଆଶ୍ରୟ କେନ୍ଦ୍ରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ; ସତ ଖୋଜୁଛି ପୋଲିସ

ଆଶ୍ରୟ କେନ୍ଦ୍ରରେ ଦିଆଯାଉଥିଲା ଯୌନ ନିର୍ୟାତନା । ସମ୍ବଲପୁର ସମର୍ଥ ଅନୁଷ୍ଠାନର ବ୍ୟଭିଚାରର କାହାଣୀ ଲମ୍ବୁଛି । ଅସହାୟତାର ସୁଯୋଗ ନେଇ ଅନ୍ତେବାସୀଙ୍କୁ ଦୁଷ୍କର୍ମ କରିଥିଲେ ସମ୍ପାଦକ ।ସତ ଖୋଜୁଛି ସମ୍ବଲପୁର ପୋଲିସ । ଗିରଫ ସଂଖ୍ୟା ୪କୁ ବୃଦ୍ଧି 

samartha

samartha Photograph: (kanaknews)

କନକ ବ୍ୟୁରୋ: ପଦାକୁ ଆସୁଛି ସମ୍ବଲପୁରରେ ସମର୍ଥ ଅନୁଷ୍ଠାନର ଗୋଟିଏ ପରେ ଗୋଟିଏ କଳାକାରନାମାର ସତ ।  ଅନୁଷ୍ଠାନରେ ଦିବ୍ୟାଙ୍ଗଙ୍କୁ ଅମାନବୀୟ ବ୍ୟବହାର ପରେ ସଂସ୍ଥାକୁ କଳାତାଲିକା ଭୁକ୍ତ କରାଯାଇଛି । ଏହାରିଭିତରେ ସମ୍ପାଦକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଅନ୍ତେବାସୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଧନୁପାଲି ଥାନାରେ ମାମଲା ରୁଜୁ ହୋଇଛି ଜ୍ଝ ବର୍ଷକରେ ୬ଜଣ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଖୋଳତାଡ ଆରମ୍ଭ ହୋଇଛି ଜ୍ଝ 

ସମ୍ବଲପୁର ସମର୍ଥ ଅନୁଷ୍ଠାନରେ ଅନ୍ତେବାସୀଙ୍କୁ ଶାରୀରିକ ନିର୍ୟାତନା ଦିଆଯାଉଥିବା ଅଭିଯୋଗ ପରେ ଏବେ ସମ୍ପାଦକଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ସମ୍ପାଦକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ଅନ୍ତେବାସୀ। ଅସହାୟତାର ସୁଯୋଗ ନେଇ ଅନ୍ତେବାସୀଙ୍କୁ ସମ୍ପାଦକ ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ସମ୍ପାଦକ ହରିଶଚନ୍ଦ୍ର ଦା ସଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଅନ୍ତେବାସୀଙ୍କୁ ଡାକ୍ତରୀମାଇନା କରାଯାଇଛି। ତେବେ ଆଶ୍ରୟ କେନ୍ଦ୍ରରେ ଚାଲିଥିଲା କଣ, ଅଭିଯୋଗ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି, ସତ ଖୋଜୁଛି ସମ୍ଭଲପୁର ପୋଲିସ। 

ବର୍ଷକ ଭିତରେ ସମର୍ଥ ଅନୁଷ୍ଠାନରେ ୬ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି କରିଛି । କନକ ନ୍ୟୁଜରେ ଖବର ଖବର ପ୍ରସାରଣ ପରେ ଅନୁଷ୍ଠାନରେ ସାଇଣ୍ଟିଫିକ ଟିମ ପହଁଚି ଛାନଭିନ ଆରମ୍ଭ କରିଛି । ଲାଠି ଓ ବାଡି ଜବତ ସହ ଅନ୍ତେବାସୀ ମୃତ୍ୟୁର କାରଣ ନେଇ ଖୋଲତାଡ କରିଛି । ୬ଜଣଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ସାଇଣ୍ଟିଫିକ ଟିମ୍ ପହଂଚି ତଦନ୍ତ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe