କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ‘ଅପରେସନ୍ ସାଇବର କବଚ’ । ଜିଲ୍ଲାରେ ଚାଲିଥିବା ବେଆଇନ ଅର୍ଥ କାରବାର ଉପରେ ରୋକ ଲଗାଇବାକୁ ପୁଲିସ୍‌ ପକ୍ଷରୁ ଆରମ୍ଭ ହୋଇଛି ଏହି ମିଶନ । ଏଯାବତ୍‌ ମ୍ୟୁଲ୍‌ ଆକାଉଣ୍ଟରୁ କୋଟିଏ ଟଙ୍କା ଫ୍ରିଜ୍‌ କରାଯାଇଛନ୍ତି ।

Advertisment

ନବରଙ୍ଗପୁର ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ‘ଅପରେସନ୍ ସାଇବର କବଚ’ । ଜିଲ୍ଲା ସଦରମହକୁମା ଓ ଜିଲ୍ଲାରେ ଥିବା ୩୦ରୁ ଅଧିକ ବ୍ୟାଙ୍କରେ ସନ୍ଦିଗ୍ଧ ଆକାଉଣ୍ଟ ଯାଞ୍ଚ କରାଯାଇଛି । ଏଥିରୁ ୨୫୫ଟି ଆକାଉଣ୍ଟ ଚିହ୍ନଟ କରାଯାଇ କୋଟିଏ ଟଙ୍କା ଫ୍ରିଜ୍‌ କରାଯାଇଛି । ସହରର ଅଧିକାଂଶ ବ୍ୟାଙ୍କରେ ଶତାଧିକ ମ୍ୟୁଲ୍‌ ଆକାଉଣ୍ଟ ପୁଲିସ ଯାଞ୍ଚ କରିଛି, ତାଲିକାରେ ଆହୁରି ଅନେକଙ୍କ ନାଁ ରହିଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଆକାଉଣ୍ଟ ଗୁଡ଼ିକର ସବିଶେଷ ତଥ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତଥ୍ୟରେ ମିଳିଥିବା ଆକାଉଣ୍ଟଧାରୀଙ୍କ ପାଖରେ ଅଫିସର ପହଞ୍ଚି ପଚରାଉଚରା କରିଛନ୍ତି । ଆଉ କିଛି ଜଣଙ୍କ ସହ ଫୋନରେ ଯୋଗାଯୋଗ କରଯାଇଛି । ବ୍ୟାଙ୍କ୍ କର୍ମଚାରୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଇଛି ।

ଅଧିକ ପଢ଼ନ୍ତୁ : ଝାଟିମାଟିର କାନ୍ଥକୁ ପଲିଥିନର ଛାତ; ଭଙ୍ଗା କୁଡ଼ିଆରେ ଅଭାବୀ ଜୀବନ

୪ ପ୍ରକାରର ମ୍ୟୁଲ୍‌ ଆକାଉଣ୍ଟ 

୧. ଜଣଙ୍କ ନାଁରେ ବ୍ୟାଙ୍କ ଖାତା, ଅନ୍ୟ ଜଣେ କରନ୍ତି ପରିଚାଳନା
୨. ଏକାଧିକ ଆକାଉଣ୍ଟରୁ ଅଳ୍ପ ଅଳ୍ପ ଟଙ୍କା ଖାତାଧାରୀଙ୍କ ଆକାଉଣ୍ଟକୁ ଆସେ
ଜମା ଟଙ୍କା ଗୋଟିଏ ଥରରେ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୁଏ
୩. ଜମାଟଙ୍କାର କମିସନ କାଟି ବଳକା ଅନ୍ୟତ୍ର ଟ୍ରାନ୍ସଫର କରାଯାଏ
୪. ବ୍ୟାଙ୍କକୁ ନଯାଇ ଅନଲାଇନ୍‌ରେ ନକଲି ଆକାଉଣ୍ଟରେ କରାବାର
ନକଲି ପ୍ରମାଣପତ୍ର ଦେଇ ଖୋଲାଯାଇଥାଏ ଆକାଉଣ୍ଟ

ତଦନ୍ତ ଚାଲିଥିବାରୁ ଏହି ସବୁ ମ୍ୟୁଲ ଆକାଉଣ୍ଟ ବାବଦରେ ଅଧିକ ତଥ୍ୟ ଦେବାକୁ ମନା କରିଛି ନବରଙ୍ଗପୁର ପୁଲିସ ।