କନକବ୍ୟୁରୋ : ପୋଲିସ ଖାକିରେ ଲାଗିଲା କଳଙ୍କର ଦାଗ । ରକ୍ଷକ ସାଜିଲା ଭକ୍ଷକ । ସୁରକ୍ଷା ଦେବା ବାହାନାରେ ସୈତାନ ସାଜିଥିଲେ ଆରପିଏଫ ଏଏସଆଇ ନିରଞ୍ଜନ ଜେନା । ଭୁବନେଶ୍ବର ପ୍ଲାଟଫର୍ମରେ ଯୁବତୀଙ୍କୁ ଏକାକୀ ଦେଖି ତାଙ୍କୁ ସହଯୋଗର ହାତ ବଢାଇଥିଲେ ନିରଞ୍ଜନ । ହଷ୍ଟେଲ ବନ୍ଦ ଥିବାରୁ ତାଙ୍କୁ ଆରପିଏଫ ଥାନାକୁ ନେଇଥିଲେ ନିରଞ୍ଜନ । ଥାନାରେ ଥିବା ରୁମରେ ଯୁବତୀଙ୍କୁ ଅପେକ୍ଷା କରିବାକୁ କହିଥିଲେ ନିରଞ୍ଜନ । ଆଉ ସୁଯୋଗ ପାଇବା କ୍ଷଣି ଯୁବତୀଙ୍କ ସହ ଅସଦାଚରଣ କରିବାକୁ ପଛାଇନଥିଲେ ଆରପିଏଫ ଏଏସଆଇ । ଯୁବତୀ ଜଣକ ତୁରନ୍ତ ପିସିଆରକୁ କଲ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ଅନ୍ୟପଟେ ଜିଆରପି ଥାନାରେ ଅଭିଯୋଗ ପରେ ଆରପିଏଫ ଏଏସଆଇଙ୍କୁ ଗିରଫ କରିଛି ପୋଲିସ ।